ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ

0

କଟକ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଏହା ପରଠୁ ଶର୍ମିଷ୍ଠାଙ୍କୁ ପୁଲିସ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ।
ଖବର ଅନୁଯାୟୀ, କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ବିତିଲାଣି ଏକ ମାସରୁ ଅଧିକ ଦିନ । ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । କିନ୍ତୁ ଏବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶର୍ମିଷ୍ଠା ରାଉତ । ଏବେ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ଚାନ୍ଦବାଲି ଥାନା ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୋଲେରୋ ଡ୍ରାଇଭର୍‌ ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ (ଜଣେ ମହିଳା) ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସେପଟେ ଅବସରପ୍ରାପ୍ତ ସୂଚନା ଅଧିକାରୀ ନିରଞ୍ଜନ ସେଠୀ ଗିରଫ କରିଛି ପୋଲିସ । ଏବେ ଯାଏଁ ଘଟଣାରେ ମୋଟ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଘଟଣାରେ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ ।

Leave a comment