ସେବାୟତ ହତ୍ୟା ଘଟଣା: ୬ ଜଣ ଅଟକ
୧୨ ବର୍ଷ ପରେ ନେଲେ ବଦଲା

ପୁରୀ : ଗତ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଗୁନ ସିଂହାରୀର ଭାଇ ଓ ପୁତୁରା । ଏନେଇ ପ୍ରେସ୍ମିଟ କରି ସୂଚନା ଦେବେ ପୁରୀ ଏସ୍ପି କେ. ବିଶାଲ ସିଂହ ।
୨୦୧୨ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କାଳିଆକୁ ହତ୍ୟା କରିବା ପାଇଁ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ।
ପୂର୍ବରୁ ମଧ୍ୟ ଏହି ମାମଲାରେ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିବା ବେଳେ ଗତକାଲି ଗୁନ ସିଂହାରୀର ସମ୍ପର୍କୀୟ ବାପ-ପୁଅଙ୍କୁ ଉଠାଇ ଆଣିଥିଲା ପୋଲିସ । ଘଟଣା ପଛରେ ପୂର୍ବଶତ୍ରୁତା କିମ୍ବା ଜମିଜମା ବିବାଦ ସେନେଇ ପୋଲିସ ଛାନଭିନ ଚଳାଇଛି ।
ଏହି ଦୁଇ ଜଣ ମୃତ ଗୁନ ସିଂହାରୀଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି ।