ଭୀମସାର ନିର୍ଦେଶକଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପ୍ରତିବାଦରେ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ଭୀମସାର ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ସରକାର କାର୍ଯ୍ୟରୁ ଅନ୍ତର କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବୁର୍ଲା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ସରକାର ଅଶ୍ୱିନୀ ପୂଜାହାରୀ ଙ୍କ ବିରୋଧୀ ରେ ନେଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ବୁର୍ଲା ସେଚେତନ ନାଗରିକ ମଞ୍ଚ ତରଫରୁ ସକାଳ୬ରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା ।ଏହି ବନ୍ଦ କୁ ସମସ୍ତ ରାଜନୈତିକ ଦଳ, ବ୍ୟବସାୟୀ ସଂଘ ,ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ ମିଳିଥିବା ବେଳେ ମଞ୍ଚ ତରଫରୁ ନିର୍ଦେଶକଙ୍କୁ ତାଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ପୁନଃ ଅବସ୍ଥାପିତ କରିବା ପାଇଁ ଦାବୀ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ବୁର୍ଲା ଜୁନିୟର ଡାକ୍ତର ସଙ୍ଘ ତରଫରୁ ବିମସାର ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ହଟାଇବା ଦାବୀ ରେ କିଛିଦିନ ହେବ ଆନ୍ଦୋଳନ କରୁଥିଲେ । ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କ ମନମୁଖୀ କାର୍ଯ୍ୟ ସହିତ ଲୁଣ ଥେରାପୀ ପାଇଁ ଜୁନିଅର ଡାକ୍ତର ସଂଘ କିଛିଦିନ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଆସୁଥିବା ବେଳେ ସରକାର ଦୁଇ ଦିନ ତଳେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲା । ତାଙ୍କ ସ୍ଥାନରେ ଏସ.ସି.ବି ର ସ୍ପାଇନାଲ ଇଂଜୁରୀ କେନ୍ଦ୍ରର ନିର୍ଦେଶକ ପ୍ରଫେସର ଡା ପ୍ରକାଶ ଚନ୍ଦ୍ର ମହାପାତ୍ର ଙ୍କୁ ନୂଆ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି ।

Leave a comment

You cannot copy content of this page