ଅପରାଜିତ କର୍ପୋରେଟର ଅମରେଶ(ବାଇଁଆ)ଙ୍କ ଲୋକପ୍ରିୟତା ଦେଖି ଇର୍ଷାନ୍ବିତ ବିରୋଧୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅମରେଶ ଜେନା ଓରଫ ବାଇଁଆ ଭୁବନେଶ୍ୱର କର୍ପୋରେଟର ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତୁଥିବା ଏକ ଲୋକପ୍ରିୟ ନେତା । ଅମରେଶଙ୍କର ମେଳାପୀ ସ୍ଵଭାଵ ଏବଂ ଦରଦି ହୃଦୟ ତାଙ୍କୁ ସାଧାରଣ ଲୋକଙ୍କ ପ୍ରିୟ ବାଇଁଆ ଭାଇ ଭାବେ ପରିଚିତ କରିଛି । ସେ ନିଜ ୱାର୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ପ୍ରଚେଷ୍ଟିତ । ୱାର୍ଡ ନଂ ୪୫ ଅଞ୍ଚଳର ବାସିନ୍ଦାଙ୍କ ସୁଖ ଦୁଃଖରେ ଦିନ ରାତି ର ଚିନ୍ତା ନକରି ସେମାନଙ୍କ ନିଜ ପରିବାର ସଦସ୍ୟ ପରି କାନ୍ଧରେ କାନ୍ଧ ମିଶାଇ ବାଇଁଆ ଭାଇ ସେମାନଙ୍କ ପାଖରେ ଛିଡା ହୋଇଛନ୍ତି । ଯାହାକି ତାଙ୍କୁ ଲୋକପ୍ରିୟତାର ସିଖରରେ ପହଞ୍ଚାଇଛି । ସେ ନିଜ ୱାର୍ଡର ରାସ୍ତାଘାଟର ଉନ୍ନତି କରିବା ସହ ଦୀର୍ଘ ୪୦ ବର୍ଷ ହେବ ଜାଲି ଗଳିର ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇଁ କାର୍ଯ୍ୟ ଚାଲୁ ରଖିଛନ୍ତି । ସେହିପରି ସାରୁଗାଡ଼ିଆ ପୋଖରୀ ପୁନରୁଦ୍ଧାର । ବଡ଼ଗଡ଼ ହାଟରେ ଥିବା ଅବ୍ୟବସ୍ଥାକୁ ସୁଧାରି ପିଣ୍ଡି ବ୍ୟବସ୍ଥା କରିଛନ୍ତି । କେନାଲ ରୋଡ଼ରେ ପିଇବା ପାଣି ପମ୍ପହାଉସ ନିର୍ମାଣ । ଏବଂ କଳ୍ପନା ଫ୍ଲାଟ ପାର୍କ ନବୀକରଣ ଇତ୍ୟାଦି ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି ।
ଅପରପକ୍ଷରେ କରୋନା ସମୟରେ ଗରିବ ଖଟିଖିଆ ନିଜ ରୋଜଗାର ହରାଇ ଓଳିଏ ଖାଇବାକୁ ଡହଳ ବିକଳ ହେଉଥିଲେ ସେହି ସମୟରେ ସେମାନଙ୍କ ପାଇଁ ଦେବଦୂତ ପାଲଟିଥିଲେ ବାଇଁଆ ଭାଇ । ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ କିଛି ସ୍ବେଚ୍ଛାସେବୀ ସଂଗଠନଙ୍କ ସହାୟତାରେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ । ସେହିପରି କିଛି ଅସହାୟ ବ୍ୟକ୍ତି ଯାହାର କରୋନା କାରଣରୁ ମୃତ୍ୟୁ ଘଟିଥିଲା ସଂକ୍ରମଣ ଭୟରେ କେହି ତାଙ୍କ ମର ଶରୀର ପାଖ ମାଡି ନଥିଲେ ସେ ସମୟରେ ବାଇଁଆ ଏବଂ ତାଙ୍କ କିଛି ସମର୍ଥକ ସେମାନଙ୍କ ମରଶରୀରକୁ କାନ୍ଧ ଦେବା ସହ ଶବଦାହ ମଧ୍ୟ କରିଥିଲେ । ଯାହାକି ତାଙ୍କର ନିଜ ଅଞ୍ଚଳ ବାସିନ୍ଦାଙ୍କ ପ୍ରତି ଦାୟିତ୍ୱର ନିଦର୍ଶନ । ବିନା ଆତ୍ମବଡ଼ିମାରେ ଗରିବ ରୁ ଧନୀ ସମସ୍ତଙ୍କୁ ନିଜର କରିପାରିଛନ୍ତି ବାଇଁଆ ଭାଇ । ତେଣୁ ଭୁବନେଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ କର୍ପୋରେଟର ଭାବେ ସେ ପରିଚିତ ।
କିନ୍ତୁ ବିଜେଡ଼ିର କିଛି ଅସହିଷ୍ଣୁ ନେତା ବାଇଁଆ ଭାଇଙ୍କ ଲୋକପ୍ରିୟତାକୁ ସହ୍ୟ କରି ନପାରି ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ସହଯୋଗ କରି ଚକ୍ରବ୍ୟୁହ ସୃଷ୍ଟି କରିଥିବା ନେଇ ଚର୍ଚ୍ଚା ହେଉଛି । ସେମାନେ ମିଛକଥା ପ୍ରଚାର କରିବା ସହ ତାଙ୍କ ସହଯୋଗୀଙ୍କୁ ମରଣାତ୍ମକ ଆକ୍ରମଣ ମଧ୍ୟ କରିଛନ୍ତି । ଏହାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। କୌଣସି ଅଦୃଶ୍ୟ ହାତ ଚାପରେ ପୋଲିସ ଉପାୟ ଶୂନ୍ୟ । ସେ ଯାହାକିଛି ହେଉ ଜନସେବାର ଯେଉଁ ସଂକଳ୍ପକୁ ବାଇଁଆ ଭାଇ ନିଜ ବ୍ରତ ଭାବରେ ଗ୍ରହଣ କରିଛନ୍ତି ସେଥିରୁ ସେ କେବେମଧ୍ୟ ପଛଘୁଞ୍ଚା ଦେବେ ନାହିଁ ଓ ସମ୍ପୂର୍ଣ୍ଣ ଜନ ସମର୍ଥନ ତାଙ୍କୁ ମିଳିବ ବୋଲି ତାଙ୍କ ସମର୍ଥକମନେ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଅମରେଶ ଜେନା ଛାତ୍ର ଜୀବନରୁ ହିଁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପଦ ଥାପିଥିଲେ । ବିଜେଡ଼ି ଦଳୀୟ କାର୍ଯ୍ୟକ୍ରମରେ ସେ ସ୍ୱତଃ ପ୍ରବୃତ୍ତ ଭାବେ ଆଗଭର ହୋଇ ସାଙ୍ଗଠନିକ ଦାୟିତ୍ୱ ତୁଲାଇଥାନ୍ତି । ତେଣୁ ଜଣେ ଯୁବ ବିଜେଡ଼ି ନେତା ଭାବେ ସେ ସମସ୍ତଙ୍କର ପ୍ରିୟ ଅଟନ୍ତି । ଯଦି ଭୁବନେଶ୍ୱର ମେୟର ପାଇଁ କିଏ ପ୍ରମୁଖ ଦାବେଦାର ଥିଲା ତେବେ ପ୍ରଥମେ ବାଇଁଆଙ୍କ ନାଁ ସମ୍ନାକୁ ଆସୁଥିଲା । ମାତ୍ର ଚଳିତ ଥର ମେୟର ପଦବୀ ମହିଳା ଲାଗି ସଂରକ୍ଷିତ ହେବାରୁ ସେ ଦଳର ନିଷ୍ପତ୍ତିକୁ ସମ୍ମାନ ଦେଇ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ପୁନର୍ବାର କର୍ପୋରେଟର ଭାବେ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ସେହିପରି ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଦୁଇ ଦୁଇ ଥର ସେ କାର୍ଯ୍ୟ ତୁଲାଇଥିଲେ ।