ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସର ଜେରା

ଫଟୋଗ୍ରାଫର ମାନସଙ୍କ ହତ୍ୟା ମାମଲା

0

ଭୁବନେଶ୍ୱର : ଖୋଲିବ କ୍ୟାମେରା ମ୍ୟାନ୍ ମାନସ ହତ୍ୟା ରହସ୍ୟ । ହତ୍ୟାକାଣ୍ଡ ମାମଲା ଉପରୁ ପରଦା ଖୋଲିବାକୁ ପ୍ରତ୍ୟକ୍ଷଦର୍ଶୀ ଚାନ୍ଦବାଲି ସାମ୍ବାଦିକ ଶରତ ପଣ୍ଡାଙ୍କୁ ପଚରା ଉଚରା କରାଯାଇଛି। ଘଟଣା ଦିନ ଶରତ ସେଠାରେ ଉପସ୍ଥିତ ଥିଲେ । ତେଣୁ ଶରତଙ୍କୁ ରାଜସାକ୍ଷୀ ଭାବେ ଗ୍ରହଣ କରିଛି ଚାନ୍ଦବାଲି ପୋଲିସ । ହତ୍ୟା ଘଟଣା ପଛରେ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ପୋଲିସ ଏବେବି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ।
ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ କାମରେ ଲଗାଇଥିଲେ । ଏଗୁଡ଼ିକ ମଧ୍ୟରୁ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉ ନଥିଲେ । ଶେଷରେ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିଲା ।

Leave a comment