ବିଧାନସଭା ଅଧିବେଶନ: ଆଜି ସର୍ବଦଳୀୟ ବୈଠକ ଅଧ୍ୟକ୍ଷତା କରିବେ ବାଚସ୍ପତି

0

ଭୁବନେଶ୍ୱର : ଆଗକୁ ବିଧାନସଭାର ଅଧିବେଶନ । ଏହାକୁ ଦୃଷ୍ଟିରେ ରଖି ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ଡାକିବେ। ଏହି ବୈଠକରେ ସେ ଅଧ୍ୟକ୍ଷତା କରିବେ। ସକାଳ ୧୧ଟା ୩୦ ରେ ବିଧାନସୌଧର ୫୯ ନମ୍ବର ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହେବ।
ବିଧାନସଭାର ଦୁଇ ଦିନ ପୁର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥାଏ, କିନ୍ତୁ ଚଳିତ ଥର ବିଧାୟକମାନେ ପୌର ନିର୍ବାଚନରେ ବ୍ୟସ୍ତ ରହୁଥିବାରୁ ୧୦ ଦିନ ପୁର୍ବରୁ ଏହି ବୈଠକ ଅନୁଷ୍ଠିତ ହେଉଛି । କାର୍ଯ୍ୟସୂଚି ଅନୁଯାୟୀ, ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ୨୫ ମାର୍ଚ୍ଚ ୨୦୨୨ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ। ଗୃହର କାର୍ଯ୍ୟକୁ ସୁପରିଚାଳନ କରିବା ପାଇଁ ବାଚସ୍ପତି ଏହି ବୈଠକ ଡାକିଛନ୍ତି । ମାର୍ଚ୍ଚ ୩୦ ରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ।
ମାର୍ଚ୍ଚ ୨୫ ରେ ରାଜ୍ୟପାଳଙ୍କ ବାଶଣ ସହିତ ବଜେଟ୍ ବିଧାନସଭା ଆରମ୍ଭ ହେବ । ଏହା ପରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ମାର୍ଚ୍ଚ ୨୬ ଏବଂ ମାର୍ଚ୍ଚ ୨୮ ରେ ଦୁଇ ଦିନ ହେବ ।

Leave a comment