ଜାପାନରେ ତୀବ୍ରତା ୭.୩ ଭୂକମ୍ପ ଅନୁଭୂତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନରେ ବୁଧବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡିଛି । ଫଳରେ ଉତ୍ତରପୂର୍ବ ଉପକୂଳରେ ୧ ମିଟର ସୁନାମୀ ଆସିବା ନେଇ ପ୍ରଶାସନ ସତର୍କ ସୂଚନା ଦେଇଛି ।
ଏଥିରେ ୨ଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଭୂକମ୍ପର ତୀବ୍ରତା ଏତେ ପରିମାଣର ଥିଲା ଯେ, ସେଠାରେ ଏକ ବୁଲେଟ୍ ଟ୍ରେନ୍ ଚଳାଚଳ କରୁଥିବା ସମୟରେ ଟ୍ରକ ଚ୍ୟୁତ୍ ହୋଇପଡିଛି । ଜାପାନର ବୁଲେଟ୍ ଟ୍ରେନ୍ ଅପରେଟର କମ୍ପାନୀ ଅନୁଯାୟୀ ବୁଲେଟ୍ ଟ୍ରେନ୍ ତୋହାକୁ ଯାଉଥିବା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ଫଳରେ ଟ୍ରାକରୁ ଖସିପଡିଥିଲା ବଗି । ସେହି ସମୟରେ ଟ୍ରେନରେ ୧୦୦ଜଣ ଯାତ୍ରୀ ଥିଲେ । ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଜାପାନର ଇଷ୍ଟ ନିପନ୍ କମ୍ପାନୀ ଅନୁଯାୟୀ, ଚଳପ୍ରଚଳ ପାଇଁ ଅନେକ ଏକ୍ସପ୍ରେସୱେ ବନ୍ଦ ରହିଛି । ଏଥିରେ ଓସାକିର ତୋହାକୁ ଏକ୍ସପ୍ରେସ ୱେ, ମିୟାଗିର ପ୍ରିଫେକ୍ଟର ଏବଂ ସୋମ ଅନ୍ତର୍ଭୁକ୍ତ ।
ସେହିପରି ଭୂକମ୍ପ ପରେ ଅନେକ ମଲରେ ଅବସ୍ଥା ଅତି ଖରାପ ହୋଇପଡିଛି । କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସପିଂ ମଲରେ ଥିବା ସେଲଫରୁ ସାମଗ୍ରୀ ଖସିଯାଇଥିଲା । ଭୂକମ୍ପର କମ୍ପନ ପରେ ଜାପାନର ରାଜଧାନୀ ଟୋକିଓରେ ୨ନିୟୁତ ଘରେ ଅନ୍ଧାର ଛାଇଯାଇଥିଲା । ଜାପାନରେ ହୋଇଥିବା ଭୂକମ୍ପ ପରେ ଅନ୍ଧକାର ଭିତରକୁ ଚାଲିଯାଇଛି ଟୋକିଓ ।
ଏହି ଭୂକମ୍ପର କମ୍ପନ ଜାପାନର ଲୋକଙ୍କୁ ୨୦୧୧ ଚିତ୍ର ମନେ ପକାଇଦେଇଛି । ମାର୍ଚ୍ଚ ୧୧, ୨୦୧୧ ଜାପାନ ପାଇଁ ଅପ୍ରତ୍ୟାଶିତ ଦୁର୍ଘଟଣାର ଦିନ ଥିଲା । ଏହି ଦିନ ଉତ୍ତର-ପୂର୍ବ ଜାପାନର ଉପକୂଳରେ ୯ ତୀବ୍ରତାରେ ଏକ ଭୂକମ୍ପ ଘଟି ସୁନାମିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଜି ବି ଜାପାନ ଏହି ଦୁର୍ଘଟଣାରୁ ଉଦ୍ଧାର ପାରିପାରିନି । ଏହି ଭୂକମ୍ପରେ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।