ରାସ୍ତାରେ ଶୋଇପଡିଲେ ବସ୍ ଡ୍ରାଇଭର ଓଲଟି ପଡିଲା ଟୁରିଷ୍ଟ୍‌ ବସ୍‌, ୧୫ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିକନିକ୍ ରୁ ଫେରିବା ବେଳେ ରାସ୍ତାରେ ଡ୍ରାଇଭର ଶୋଇ ପଡିବାରୁ ରାସ୍ତା ତଳକୁ ଓଲଟି ପଡିଲା ଟୁରିଷ୍ଟ୍‌ ବସ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ । ସୋମବାର ଭୋର ୪ଟାରେ ବିଜୟା ନାମକ ଏକ ଟୁରିଷ୍ଟ୍‌ ବସ ରାସ୍ତା ତଳକୁ ଓଲଟି ପଡିଛି । ବସ୍‌ରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୫ରୁ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ତାଳଚେର ମଣ୍ଡାପାଳ ଓ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଘର ଅନୁଗୋଳ ରାଣୀଗୁଡ଼ା ଗାଁରେ ବୋଲି ଜଣାପଡିଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ । ତେବେ ପିକ୍‌ନିକ୍‌ କରିବାକୁ ବାଲେଶ୍ୱର ଯାଇ ଘରକୁ ଫେରିବା ବେଳେ ଡ୍ରାଇଭର ଶୋଇପଡିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଅନୁଗୋଳରୁ ତ୍ରୀର୍ଥ କରି ଯାଇଥିବା ଏକ ଯାତ୍ରୀବାହୀ ଗାଡି ଫେରିବା ସମୟରେ ଜରପଡା ଥାନା କତଡାଠାରେ ରାତ୍ରୀ ପ୍ରାୟ ୨ଟା ସମୟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଗାଡିରେ ଥିବା ୧୪ ଜଣ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave a comment