ରସିକିଆ ଡାକ୍ତର ରମେଶଙ୍କ ଫରେନସିକ ଲାବୋରେଟୋରୀରେ ଚାଲିଛି ସତ ମିଛର ଟେଷ୍ଟ
ରସୁଲଗଡ଼ସ୍ଥିତ ଫରେନସିକ ଲାବୋରେଟୋରୀରେ ରସିକ ଡାକ୍ତର ରମେଶ ସ୍ବାଇଁଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ତଦନ୍ତ ବେଳେ ରମେଶ ପୋଲିସକୁ ଅନେକ ମିଛ କହୁଥିବାରୁ ତାଙ୍କର ପାଲିଗ୍ରାଫ ଟେଷ୍ଟ ହେଉଛି । ଏହାସହ ଆଜି ରମେଶଙ୍କ ପ୍ରଥମ ପତ୍ନୀ ଓ ପୁଅକୁ ପଚରାଉଚରା କରିବ ମହିଳା ଥାନା ପୋଲିସ । ମଙ୍ଗଳବାର ଦିନ ମହିଳା ଥାନାରେ ରମେଶଙ୍କ ପ୍ରଥମ ସ୍ତ୍ରୀ ଶାନ୍ତିଲତାଙ୍କୁ ପଚରାଉଚରା କରିଥିଲା ପୋଲିସ । ବିବାହ ପରେ କିଭଳି ସେ ଅନ୍ୟ ୧୭ ଜଣଙ୍କୁ ବାହା ହେଲେ ସେନେଇ ଜେରା କରିଥିଲା ପୋଲିସ ।
ସୂଚନାଯୋଗ୍ୟ ଯେ, ନକଲି ଡାକ୍ତରର ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି । କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ଖାଲି ମହିଳାଙ୍କୁ ନୁହେଁ ଅନେକ ଛାତ୍ରଙ୍କୁ MBBSରେ ସିଟ୍ ଦେବେ କହି ବି ସେ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା।