ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ସୂଚୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ସୂଚୀ । ଏପ୍ରିଲ୍‌ ୨୯ରେ ଦ୍ୱିତୀୟ ଭାଷା, ମେ ୨ ରେ ଗଣିତ ପରୀକ୍ଷା, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା, ମେ ୬ରେ ତୃତୀୟ ଭାଷା, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।

ମାଟ୍ରିକ୍‌ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଆଜି ପ୍ରେସ୍‌ମିଟ୍‌ କରିଥିଲେ । ଏଥିରେ ସେ ସୂଚନା ଦେଇଥିଲେ ଯେ ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ମେ ମାସ ୭ ତାରିଖରେ ଏହି ପରୀକ୍ଷା ସରିବ । ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ସମୟ ରହିବ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଥିଲେ ।

ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ଏଥିରେ ସଂକ୍ଷିପ୍ତ ଏବଂ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଚରାଯିବ । ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ଏବଂ ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ପରୀକ୍ଷାର୍ଥୀ ମିଳିଥିବା ବୁକ୍‌ଲେଟ୍‌ରେ ଦେବେ ।

Leave a comment