ପୁଣି ବିରୋଧୀଙ୍କୁ ଚକମା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନ ହେଲାଣି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ବିଭିନ୍ନ ଘଟଣା ନେଇ ଟାର୍ଗେଟ କରି ଆସୁଛନ୍ତି । କେତେବେଳେ ସ୍ୱାସ୍ଥ୍ୟବସ୍ଥା ନେଇ ତ ଆଉ କେତେବେଳେ ବିଧାନସଭା କିମ୍ବା ଲୋକସେବା ଭବନ ନ ଆସିବା ନେଇ । କିନ୍ତୁ ସବୁଠାରୁ ରୋଚକ କଥାହେଲା ବିନା କୌଣସି ବୟାନ ବାଜି କରି ମୁଖ୍ୟମନ୍ତ୍ରୀ ଏହି ଟାର୍ଗେଟର ସଠିକ ସମୟରେ ସଠିକ ଉତ୍ତର ଦେଇଛନ୍ତି । ଯାହାକି ବିରୋଧୀଙ୍କ ମୁହଁରେ ତାଲା ପକାଇଦେଇଛି । ଠିକ ସେହିଭଳି ବିରୋଧୀଙ୍କ ଆଉ ଏକ ସମାଲୋଚନାକୁ ଚକମା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି । ଯାହାକି ଲୋକସେବା ଭବନର ଚିତ୍ର ଦେଖି ଅନୁମେୟ । କାହିଁକି ନା ବର୍ତ୍ତମାନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କାମ ଖୁଵ ଜୋରସୋରରେ ଚାଲିଛି । ବିଗତ ଦୁଇ ବର୍ଷ ହେବ ମୁଖ୍ୟମନ୍ତ୍ରୀ ବିଧାନସଭା କିମ୍ବା ସଚିବାଳୟ ଅଫିସ ଯାଇନଥିବା ପ୍ରସଙ୍ଗ ନେଇ ବିରୋଧୀ ଅନେକ ଥର ଟାର୍ଗେଟ କରୁଥିବା ବେଳେ ଖୁବଶୀଘ୍ର ଏହାର ଅନ୍ତ ଘଟିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଏହି ସମାଲୋଚନାର ଜବାବ ଦେବାକୁ ଯାଉଛନ୍ତି । ସେ ସମ୍ପୂର୍ଣ୍ଣ ରୂପେ ଫିଟ ଆଉ ଫାଇନ ଥିବା ବାର୍ତ୍ତା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଅତି ନିକଟରେ ସଚିବାଳୟ ନିଜ ଚାମ୍ବରରେ ପୂର୍ବ ପରି ପ୍ରତିଦିନ ନଜର ଆସିବେ ମୁଖ୍ୟମନ୍ତ୍ରୀ । ଯାହାକି ବିରୋଧୀଙ୍କ ସମାଲୋଚନକୁ ଶକ୍ତ ଧକ୍କା ଦେବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, କିଛିଦିନ ହେବ ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗ ନେଇ ସମାଲୋଚନା କରି ଆସୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ସମାୟାନୁକ୍ରମେ ଏହାର ଉତ୍ତର କାର୍ଯ୍ୟରେ କରି ଦେଖାଇଛନ୍ତି । କରୋନା ସଂକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ବିଧାନସଭା, ସାଧାରଣ ସ୍ଥାନରୁ ଦୂରତ୍ୱ ରଖିଥିଲେ । ଏହାକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବା ଏପରିକି ସେ କୋମାରେ ଥିବା ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ମାତ୍ର ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସିଂଘମ ଚାଲି ବିରୋଧୀଙ୍କୁ କୋମାକୁ ଠେଲିଦେବା ନେଇ ହୋଇଥିବା ଚର୍ଚ୍ଚା କାହାକୁ ଅଛୁପା ନାହିଁ । ସେହିପରି ବିରୋଧୀଙ୍କୁ ପୁଣି ଏକ ଝଟକା ଦେବେ ମୁଖ୍ୟମନ୍ତ୍ରୀ । ଅତିଶୀଘ୍ର ପ୍ରତିଦିନ ଲୋକସେବା ଭବନ ଆସି ବିରୋଧୀଙ୍କୁ ହାତବାକ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a comment