ଅମରେଶଙ୍କ ନାମାଙ୍କନ ଶୋଭାଯାତ୍ରା ଦେଖି ତାଟକା ନେତା ଓ ମନ୍ତ୍ରୀ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକପ୍ରିୟ, ଅପରାଜିତ ଅମରେଶ ଜେନା ଓରଫ ବାୟାଁ ଭୁବନେଶ୍ୱର ୪୫ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ଭାବେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସ ଯାହାକୁ ଅମରେଶ ନିଜ ରାଜନୈତିକ ଗୁରୁ ଭାବେ ସମ୍ମାନ ଦିଅନ୍ତି ତାଙ୍କ ପତ୍ନୀଙ୍କ ଆଶୀର୍ବାଦ ନେବା ସହ ଅନେକ ଅଭିଜ୍ଞ ରାଜନେତାଙ୍କ ଶୁଭକାମନା ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାୟାଁ ନାମରେ କେବଳ ନିଜ ୱାର୍ଡ ନୁହେଁ ସମଗ୍ର ଭୁବନେଶ୍ୱରରେ ପରିଚିତ। ବିଜେଡ଼ି ଦଳୀୟ କାର୍ଯ୍ୟକ୍ରମ ହେଉ ସେ ସ୍ୱତଃ ପ୍ରବୃତ୍ତ ଭାବେ ଆଗଭର ହୋଇ ସାଙ୍ଗଠନିକ ଦାୟିତ୍ୱ ତୁଲାଇଥାନ୍ତି ।

ତେଣୁ ଜଣେ ଯୁବ ବିଜେଡ଼ି ନେତା ଭାବେ ସେ ସମସ୍ତଙ୍କର ପ୍ରିୟ ଅଟନ୍ତି । ଯଦି ଭୁବନେଶ୍ୱର ମେୟର ପାଇଁ କିଏ ପ୍ରମୁଖ ଦାବେଦାର ଥିଲା ତେବେ ପ୍ରଥମେ ବାୟାଁଙ୍କ ନାଁ ସମ୍ନାକୁ ଆସୁଥିଲା । ମାତ୍ର ଚଳିତ ଥର ମେୟର ପଦବୀ ମହିଳା ଲାଗି ସଂରକ୍ଷିତ ହେବାରୁ ସେ ଦଳର ନିଷ୍ପତ୍ତିକୁ ସମ୍ମାନ ଦେଇ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ପୁନର୍ବାର କର୍ପୋରେଟର ଭାବେ ପ୍ରତିଦ୍ୱନ୍ଦୀତା କରୁଛନ୍ତି ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୬ ତାରିଖ ପୂର୍ବାରହ୍ନ ପ୍ରାୟ ୧୧ଟା ବେଳେ ଅମରେଶ ଜେନା ସ୍ଥାନୀୟ ଚିନ୍ତାମଣୀଶ୍ୱର ମନ୍ଦିର ନିକଟରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବାହାରିଥିଲେ । ଏକ ବିଶାଳ ପଟୁଆରରେ ସମର୍ଥକ ଓ ଦଳୀୟକର୍ମୀଙ୍କ ଗହଣରେ ସେ ପ୍ରଥମେ ନିଜ ୱାର୍ଡ ପରିକ୍ରମା କରିଥିଲେ । ପରେ କଳ୍ପନା ଛକ ଦେଇ ରାଜମହଲ, ଶିଶୁଭବନ ଓ ଏଜି ଛକ ନେଇ ଏଡିଏମ ଅଫିସକୁ ସେ ଶୋଭାଯାତ୍ରାରେ ଯାଇଥିଲେ । ଏହି ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କର ସମର୍ଥକ ଏବଂ ଶୁଭେଚ୍ଛୁ ମାନେ ଫୁଲହାର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅମରେଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏପରିକି ତାଙ୍କୁ ପୁନର୍ବାର ବିଜୟ ହେବାକୁ ଆର୍ଶିବାଦ ପ୍ରଦାନ କରିଥିଲେ । ବାୟାଁଙ୍କ ଶୋଭାଯାତ୍ରା ଏତେ ବଡ ଥିଲା ଯେ, ଯାହା ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ର‍୍ୟାଲି କୁ ପଛରେ ପକାଇ ଦେଇଥିଲା । ଏହି ଶୋଭାଯାତ୍ରା ହିଁ ଅମରେଶଙ୍କ ଲୋକପ୍ରିୟତା ବଖାଣୁ ଥିଲା ।

ସୂଚନା ଥାଉକି, ବାୟାଁ ଛାତ୍ର ଜୀବନରୁ ହିଁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପଦ ଥାପିଥିଲେ । ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ ତୁଲାଇଥିଲେ । ମାତ୍ର ଗତ ସାଂଗଠନିକ ନିର୍ବାଚନରେ ତାଙ୍କୁ କିଛି କୁଚକ୍ରି ଗୋଷ୍ଠି, କ୍ଷମତା ଲୋଭୀ ନେତା ଓ ବିଧାୟକ ସଭାପତି ହେବାରୁ ବଞ୍ଚିତ କରିଥିଲେ ।

Leave a comment