ୟୁକ୍ରେନର ୪ଟି ସହରରେ ଋଷର ଅସ୍ତ୍ରବିରତି; ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଅନୁରୋଧ ପରେ ନରମିଲେ ପୁଟିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ସେନା ୟୁକ୍ରେନର ୪ ଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ୟୁକ୍ରେନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୧୨.୩୦ରୁ ୟୁକ୍ରେନରେ ଅସ୍ତ୍ରବିରତି ପ୍ରଯୁଜ୍ୟ ହେବ । ହ୍ୟୁମାନ୍ କରିଡର ଖୋଲିବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଋଷକୁ ନିବେଦନ କରିଛନ୍ତି ।
ମାରିଅପୋଲ, ଖାର୍କିଭ, କିଭ ଏବଂ ସୁମିରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ୟୁକ୍ରେନର ସୁମିରେ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି । ସେମାନେ ଏପର୍ଯ୍ୟନ୍ତ ଚାଲିଯିବାକୁ ସକ୍ଷମ ହୋଇନାହାଁନ୍ତି । ଋଷର ସେନା ଦ୍ୱାରା ଅସ୍ତ୍ରବିରତି ଘୋଷଣା ପରେ ୟୁକ୍ରେନରେ ଫସି ରହିଥିବା ସାଧାରଣ ନାଗରିକ ସେଠାରୁ ଚାଲିଯିବେ ।
ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଅଛି ଯେ ଋଷ ସୁମି ପାଇଁ ୨ଟି ରାସ୍ତା ଖୋଲିଛି ।