୪୪ଫାଇଟର୍ ଜେଟ୍, ୨୮୫ ଟ୍ୟାଙ୍କର ଧ୍ବଂସ’: ୟୁକ୍ରେନ୍
ଋଷ ଚେତାବନୀ ଦେବାପରେ ସ୍ଥିତି ଆହୁରି ଜଟିଳ ହେଉଛି । ଏହାରି ମଧ୍ୟରେ ୟୁକ୍ରେନ୍ ଛାଡିସାରିଲେଣି ଅନେକ ଲୋକ । ସେପଟେ ଋଷକୁ ଟକ୍କର ଦେଉଛି ୟୁକ୍ରେନ୍ ।
ୟୁକ୍ରେନ୍ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୧ହଜାରରୁ ଉର୍ଦ୍ଧ୍ବ ଋଷ ସୈନ୍ୟ ନିହତ ହୋଇସାରିଲେଣି । ତା ସହିତ ୪୪ଟି ଫାଇଟର୍ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇସାରିଛି । ସେହିଭଳି ଋଷ ୨୮୫ଟି ଟ୍ୟାଙ୍କ ଧ୍ବଂସ ହୋଇସାରିଥିବା ବେଳେ, ୧୦୯ ଆର୍ଟିଲାରି ଗନ୍, ୯୮୫ ଲଢୁଆ ବାହନ, ୫୦ MLRS ନଷ୍ଟ ହୋଇସାରିଛି ।
ୟୁକ୍ରେନ୍ର ରାଜଧାନୀ କୀଭ୍ ଠାରୁ ନେଇ ଖାରକୀଭ୍, ମାରିୟୁପୋଲ, ସୁମୀ, ଓଡେଶାରେ ମଧ୍ୟ ଭୀଷଣ ବୋମା ମାଡ କରିଥିଲା ଋଷ । ୟୁକ୍ରେନ୍ର ଦାବି ମଧ୍ୟରେ ଋଷ ମଧ୍ୟ ବୟାନ ଜାରି କରିଛି । ୧୧ଦିନ ମଧ୍ୟରେ ୟୁକ୍ରେନ୍ର ୨୨୦୩ଟି ଆର୍ମି ବେସ୍ ଉପରେ ଆକ୍ରମଣ କରାଯାଇଛି । ଏହା ସହିତ ସେନା ଉପକରଣକୁ ମଧ୍ୟ ଟାର୍ଗେଟ୍ କରିଛି ଋଷ । ୟୁକ୍ରେନ୍ର ମିସାଇଲ ଡିଫେନ୍ସ ସିଷ୍ଟମ୍ S-300କୁ ମଧ୍ୟ ନଷ୍ଟ କରିଥିବା ଋଷର ଦାବି ।
ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ୧୧ଦିନ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ୟୁକ୍ରେନ୍ର ମୋଟ ୬୯ଟି ବିମାନ, ମଝି ଆକାଶରେ ୨୧ ବିମାନ ନଷ୍ଟ କରିଛି ଋଷ ସେନା । ତା ସହିତ, ୭୪୮ଟି ଟ୍ୟାଙ୍କର୍, ୭୬ଟି ରକେଟ୍ ଲଞ୍ଚର, ୨୭୪ଟି ଆର୍ଟିଲାରୀ ମୋର୍ଟୋର ଏବଂ ୫୯ଟି ଫାଇଟର୍ ଜେଟ୍ ଧ୍ବଂସ କରିଥିବା ଦାବି କରିଛି ଋଷ ।