ସରକାରୀ କର୍ମଚାରୀ: ହୋଲି ପୂର୍ବରୁ ମହଙ୍ଗା ଭତ୍ତା ୧୧ % ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର । ହୋଲି ପୂର୍ବରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହାକି ଅପ୍ରେଲ୍‌ ୨୦୨୨ରୁ ଲାଗୁ ହେବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ନିଜ ଜନ୍ମ ଦିନ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଏହି ଭେଟି ଦେଇଛନ୍ତି । ରାଜ୍ୟରେ ମୋଟ ୭ ଲକ୍ଷ ସରକାରୀ କର୍ମଚାରୀଙ୍କ ଏହାଦ୍ୱାର ଉପକୃତ ହେବ ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ଲାଗି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇନଥିଲା । ଏବେ ଏହାକୁ ବୃଦ୍ଧି କରାଯାଇଛି । ଯାହାକି ଅପ୍ରେଲ୍‌ ମାସ ଠାରୁ ଲାଗୁ ହେବ ।

Leave a comment