କେଁଉ ଦେଶରେ ଅଧିକ ସୁନ୍ଦରୀ ଜାଣନ୍ତୁ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀଙ୍କ ଦେଶ ହେଉଛି ୟୁକ୍ରେନ. କିନ୍ତୁ ଏବେ ୟୁକ୍ରେନବାସୀ ଜୀବନ ବଞ୍ଚାଇବାକୁ ମାଗୁଛନ୍ତି ସାହାଯ୍ୟ। କିଏ ଦେଶ ଛାଡୁଛନ୍ତି। କିଏ ଖୋଜୁଛନ୍ତି ଆଶ୍ରୟ। ୟୁକ୍ରେନରେ ସ୍ଥିତି ଭୟଙ୍କର। ୟୁକ୍ରେନ୍ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ତେବେ ଆଜି ଆମେ ଆପଣଙ୍କୁ ୟୁକ୍ରେନ୍ ଭଳି ସୁନ୍ଦର ଦେଶ ବିଷୟରେ କିଛି କଥା କହିବୁ। ତାହାଲେ ଆସନ୍ତୁ ଜାଣିବା…
ୟୁକ୍ରେନରେ ପ୍ରାୟ ୫୦୦୦ ପ୍ରାଚୀନ ଦୁର୍ଗ ଅଛି। ଯାହାକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସିଥାନ୍ତି ଲୋକେ।
– ଏମିତିରେ ତ ୟୁକ୍ରେନରେ ଓକ୍ରେନିୟନ ଭାଷାର ପ୍ରୟୋଗ କରାଯାଏ। କିନ୍ତୁ ଏଠାରେ ଋଷି ଭାଷା କହୁଥିବାର ବି ଅନେକ ଲୋକ ଅଛନ୍ତି।
– ଏଠାରେ ସବୁଠୁ ଶସ୍ତା ମେଡିକାଲ୍ ଶିକ୍ଷା। ବାକି ଦେଶ ଅପେକ୍ଷା ୟୁକ୍ରେନରେ ଶିକ୍ଷାରେ ହୁଏ ଖୁବ୍ କମ୍ ଖର୍ଚ୍ଚ । ଏଥିପାଇଁ ଭାରତ ସମେତ ଅନେକ ଦେଶର ଛାତ୍ର ମେଡିକାଲ୍ ପଢ଼ିବାକୁ ୟୁକ୍ରେନ୍ ଯାଇଥାନ୍ତି।
– ୟୁକ୍ରେନ୍ ଋଷଠାରୁ ଅଲଗା ହେବା ସମୟରେ ସେଠାରେ ଥିଲେ ୭୮୦୦୦୦ ଯବାନ। ଏହି ଦେଶ ୟୁରୋପରେ ସବୁଠୁ ଅଧିକ ସେନା ରଖୁଥିବା ଦେଶ।
-ୟୁକ୍ରେନରେ ଏମିତି ସାତଟି ସ୍ଥାନ ଅଛି ଯାହା ବିଶ୍ୱ ଐତିହ୍ୟ ତାଲିକାରେ ଅଛି ସାମିଲ୍। ଏଥିରେ ସବୁଠୁ ମୁଖ୍ୟ ହେଉଛି କିଭ୍ର ସନ୍ଥ କୋଫିଆ କ୍ୟାଥଡ୍ରେଲ୍ ଓ ଲଭିବର ଐତିହାସିକ ସେଣ୍ଟର।
– ୧୯୯୦ରେ ୟୁକ୍ରେନ୍ ସୋଭିଏତ ସଂଘ ଅଲଗା ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।
– ଭାରତ ଯେମିତି ଏକ କୃଷି ପ୍ରଧାନ ଦେଶ। ସେମିତି ୟୁକ୍ରେନ ବି ଚାଷ ପାଇଁ ଲୋକପ୍ରିୟ। ଖାଲି ଏତିକି ନୁହେଁ, ଚାଷ କରିବାରେ ୟୁକ୍ରେନ ପୂରା ଦୁନିଆରେ ୩ ନମ୍ବରରେ ।
– ୟୁକ୍ରେନ୍ର ସହରାଞ୍ଚଳରେ ୩୦ ପ୍ରତିଶତ ଲୋକ ରହୁଥିବାବେଳେ ଗାଁରେ ରୁହନ୍ତି ପାଖାପାଖି ୭୦ ପତିଶତ ଲୋକ।
– ଜାଣିଛନ୍ତି, ଏଠାରେ ରୁହନ୍ତି ସବୁଠୁ ସୁନ୍ଦର ଝିଅ। ୟୁକ୍ରେନ୍ ଝିଅଙ୍କର ସଜେଇ ହେବାର ରହିଛି ସଉକ। ଏମିତି ବି କୁହାଯାଏ ୟୁକ୍ରେନର ଝିଅମାନେ ଖୁବ୍ ସୁନ୍ଦର। ଖାଲି ଏତିକି ନୁହେଁ ଏଠାରେ ଝିଅମାନଙ୍କର ନିଜ ଜୀବନସାଥୀ ବାଛିବା ଓ କୌଣସି ପଅକୁ ଡେଟ୍ କରିବାର ରହିଛି ପୂରା ସ୍ୱାଧୀନତା ।
-ଯୁଦ୍ଧ ପାଇଁ ଦୁଇ ଦେଶ ମଧ୍ୟରେ କରାଯାଉଛି ତୁଳନା । କିନ୍ତୁ ୟୁକ୍ରେନ ବି କେଉଁଥିରେ କମ୍ ନୁହେଁ। ତା ପାଖରେ ରହିଛି ଅନେକ ହତିଆର୍। ପରମାଣୁ ଅସ୍ତଶସ୍ତ୍ର ରଖିବାରେ ୩ ନମ୍ବରରେ ଅଛି ୟୁକ୍ରେନ୍।
ଏସବୁ ପରେ ସବୁଠୁ ବଡ଼ କଥା ହେଲା ୟୁକ୍ରେନୀୟ ସୌନ୍ଦର୍ଯ୍ୟ ପ୍ରିୟ। ୟୁକ୍ରେନ ଜଳବାୟୁ ପାଇଁ ଲୋକଙ୍କ ଶାରିରୀକ ଗଠନ ସୁନ୍ଦର। ସେଥିପାଇଁ ୟୁକ୍ରେନରେ ବେଶୀ ସୁନ୍ଦରୀ। ଏବେ କିନ୍ତୁ ସେମାନେ ଭୟ ଓ ବିପଦରେ।