ଓଜନ ନିୟନ୍ତ୍ରଣ କରେ କଲରା

0

ଓଜନ ପାଇଁ ଚିନ୍ତିତ କି? ଆଜିକାଲି ଅଧିକାଂଶ ଲୋକେ ଖାଦ୍ୟପେୟରେ ଅବହେଳା ଯୋଗୁଁ ମେଦବହୁଳତାର ଶିକାର ହେଉଛନ୍ତି । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ତାହା ଆମେ ସମସ୍ତେ ଜାଣିଛେ । ଏବେ ଏହି କଥା ମଧ୍ୟ ଜାଣିନେବା ଉଚିତ କି ନିୟମିତ ଭାବରେ କଲରା ଖାଇବା ଦ୍ୱାରା ଓଜନ କମିଥାଏ । ଆପଣ ଚାହିଁଲେ କଲରା ଜୁସ ପିଇ ପାରିବେ । ଏହା ବ୍ୟତୀତ କଲରାରୁ ବିଭିନ୍ନ ପ୍ରକାରର ଆଇଟମ ବନାଇ ଖାଇପାରିବେ । ଏହା ଆମ ଶରୀରକୁ ସୁସ୍ଥ ରଖିବା ସହ ଦେହରୁ ଜୀବାଣୁ ମଧ୍ୟ ମାରିଥାଏ, ଏହାଦ୍ୱାରା ବିଭିନ୍ନ ପ୍ରକାରର ସ୍କିନ ପ୍ରୋବଲେମ ମଧ୍ୟ ଦୂର ହୋଇଥାଏ । କଲରା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ । କଲରାରେ କ୍ୟାଲୋରୀ, ଫାଇବର, ଭିଟାମିନ-ସି ଓ ଏ, ଫେଲେଟ, ପୋଟାସିୟମ ଓ ଜିଙ୍କ ଆଦି ଭରପୂର ମାତ୍ରାରେ ମିଳିଥାଏ । ଏହା କେବଳ ଓଜନ କମାଇନଥାଏ ବରଂ ମଧୁମେୟ, ରୋଗ ପ୍ରତିରୋଧକ ଶକ୍ତି ଓ ତ୍ୱଚା ପାଇଁ ଖୁବ ଫାଇଦା ଦେଇଥାଏ ।

ଇନସୁଲିନକୁ ନିୟନ୍ତ୍ରିତ କରେ: ଏକ ଗ୍ଲାସ କଲରା ଜୁସ ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । ଓଜନ କମାଇବା ପାଇଁ ରକ୍ତରେ ଶର୍କରା ସ୍ତର କମ ରହିବା ବହୁତ ଜରୁରି । ଏଥିସହିତ କଲରା ଜୁସ ପିଇବା ଦ୍ୱାରା ଇନସୁଲିନ ସ୍ତରକୁ ବଜାୟ ରଖେ ।

କ୍ୟାଲୋରୀ ମାତ୍ରା କମ: ଓଜନ କମାଇବା ପାଇଁ ଦିନକୁ କମରୁ କମ କ୍ୟାଲୋରୀ ଖାଇବାକୁ ପ୍ରୟାସ କରିବା ଉଚିତ । ଏହାଦ୍ୱାରା କାର୍ବୋହାଇଡେ଼୍ରଟ ଓ ଚର୍ବିର ମାତ୍ରା କମ ହୋଇଥାଏ । ଚର୍ବି କମିବା ଦ୍ୱାରା ଆପଣ ସାରା ଦିନ ସକ୍ରିୟ ରହିପାରିବେ ।

ଫାଇବରରେ ଭରା: ଓଜନ କମାଇବା ପାଇଁ ହଜମ ପ୍ରକି୍ରୟା ଠିକ ରହିବା ଆବଶ୍ୟକ । କାରଣ ଖାଦ୍ୟ ଠିକ ଭାବରେ ହଜମ ନହେବା ଦ୍ୱାରା କବ୍ଚ, ଗ୍ୟାସ ଓ ବଦହଜମ ଆଦି ସମସ୍ୟା ହୋଇଥାଏ । କିନ୍ତୁ କଲରା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଭରପୂର ମାତ୍ରାରେ ଫାଇବର ମିଳିଥାଏ । ଫଳରେ ଦିନରେ ଅଧିକ ଭୋକ ଲାଗିନଥାଏ । ତେଣୁ ଓଜନ ବଢ଼ିବାର ସମ୍ଭାବନା କମ ରହିଥାଏ ।

ଭିଟାମିନ-ସି’ରେ ଭରପୂର: ଭିଟାମିନ-ସି’ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଫଳରେ ଅତିରିକ୍ତ ଚର୍ବିକୁ କମ କରିଥାଏ । ସେହିପରି ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ ।

ତ୍ୱଚା ପାଇଁ: ଏହା ଓଜନ କମାଇବା ସହ ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ । ତ୍ୱଚାକୁ ସୁସ୍ଥ ରଖିଥାଏ । ଏଥିରେ ଥିବା ଭିଟାମିନ ଏ ଓ ଆଣ୍ଟିଅକ୍ସିଡ଼ାଣ୍ଟ ତ୍ୱଚାକୁ ସୁନ୍ଦର ଓ ଦାଗହୀନ କରିଥାଏ ।

Leave a comment