ମହାଶିବରାତ୍ରୀ ଉପାସରେ ବନାଇ ପିଅନ୍ତୁ ବାଦାମ୍ ମିଲ୍କ, ଦିନସାରା ରହିବ ଏନର୍ଜି
ଆବଶ୍ୟକ ସାମଗ୍ରୀ
କ୍ଷୀର – ୪ କପ୍
ବାଦାମ୍ – ୨୦ଟି
କେସର – ୧ ଚିମୁଟା
ଗ୍ରୀନ ଅଳେଇ – ୪ଟି
ପିସ୍ତା – ୮ ରୁ ୧୦
ଚିନି – ୫ ଚାମଚ୍
ବରଫ କ୍ୟୁବ୍ – ୨ କପ୍
ପ୍ରସ୍ତୁତି ପ୍ରଣାଳୀ
ବାଦାମ୍ ମିଲ୍କ ବନାଇବା ପାଇଁ ସର୍ବପ୍ରଥମେ ବାଦାମକୁ ଧୋଇ ଦିଅନ୍ତୁ। ଏବଂ ତାକୁ ସାରା ରାତି ଭିଜାଇ ରଖିଦିଅନ୍ତୁ। ଯଦି ରାତିରେ ବାଦାମ ଭିଜାଇ ପାରି ନାହାଁନ୍ତି ତାହେଲେ ବାଦାମ ମିଲ୍କ ବନାଇବା ପାଇଁ ୨ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଉଷୁମ ପାଣିରେ ଭିଜାଇ ରଖନ୍ତୁ। ଏବେ ବାଦାମକୁ ବାହାର କରନ୍ତୁ ଏବଂ ସବୁର ଚୋପା ଛଡାଇ ବାହାର କରିଦିଅନ୍ତୁ। ଏହାପରେ ଚୋପା ଛଡାଇ ରଖିଥିବା ବାଦାମ, କେସର, ଚିନି ଏବଂ ଅଳେଇଚ ଦାନା ବାହାର କରି ସବୁ ସାମଗ୍ରୀକୁ ଅଳ୍ପ କ୍ଷୀର ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।
ଏବେ ବାଦାମ୍ ମିଲ୍କର ମିଶ୍ରଣ ପ୍ରସ୍ତୁତ ହୋଇଯାଇଛି। ଏଥିରେ ୪ କପ୍ ଥଣ୍ଡା କ୍ଷୀର ମିଶାଇ ଦିଅନ୍ତୁ। ବାଦାମ ମିଲ୍କକୁ ଅଧିକ ଥଣ୍ଡା କରିବା ପାଇଁ ଏଥିରେ ଆଇସ୍ କ୍ୟୁବ୍ ପକାଇ ଦିଅନ୍ତୁ। କିଛି ସମୟ ପରେ ଆପଣଙ୍କ ବାଦାମ ମିଲ୍କ ପିଇବା ପାଇଁ ପୁରା ରେଡି ହୋଇଯାଇଛି।
ଗରମରେ ଯେଉଁଠି ବାଦାମ୍ ମିଲ୍କ ଶରୀରକୁ ଥଣ୍ଡା ପହଁଚାଇଥାଏ ସେମିତି ହିଁ ଉପବାସବେଳେ ଶରୀରରେ ଏନର୍ଜୀ ବଢ଼ାଇଦେଇଥାଏ। ବାଦାମ ମିଲ୍କ ସର୍ଭ କରିବା ପୂର୍ବରୁ ଏଥିରେ ପିସ୍ତା ପକାଇ ଗାର୍ନିସ୍ କରନ୍ତୁ।