ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତରେ କଣ୍ଠଦାନ କଲେ ଓଡ଼ିଶାର ରାଜ୍ୟପାଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଥରେ ବନ୍ଦେ ଉତ୍କଳ ଜନନୀ ଗୀତରେ କଣ୍ଠଦାନ କଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ୍ । ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଆସନ୍ତା ଉତ୍କଳ ଦିବସରେ ଗୀତଟିକୁ ରିଲିଜ କରିବାର ଯୋଜନା ରହିଛି ।
କଟକ ମଧୁପାଟଣା ସମ୍ରାଟ ହଲ ନିକଟରେ ଥିବା ମିଲନ ଷ୍ଟୁଡିଓରେ ଗୀତର ରେକର୍ଡିଂ କରାଯାଇଛି । ଏହି ଗୀତକୁ ସ୍ଵତନ୍ତ୍ର ଭାବେ ସଜାଇଛନ୍ତି ଓଡିଆ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ। ଗୀତଟି ସମସ୍ତଙ୍କ ମନକୁ ଛୁଇଁବ ଏବଂ ଗୀତରେ କଣ୍ଠଦାନ କରି ବେଶ ଖୁସି ଥିବା କହିଛନ୍ତି ରାଜ୍ୟପାଳ । ରେକର୍ଡିଂ ପାଇଁ ଆସିଥିବା ବେଳେ ରାଜ୍ୟପାଳଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ବେଶ ଭିଡ ଜମି ଥିଲା ।