ଶେଷ ଦିନ: ୩ଅଙ୍କ ଛୁଇଁ ନପାରନ୍ତି ବିରୋଧୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୋଟ୍ ଗଣତିର ଆଜି ତୃତୀୟ ଦିନ । ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ହେଉଛି ଗଣତି । ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହୋଇଥିଲା। ଆଜି ବାକିଥିବା ସମସ୍ତ ଜୋନରେ ହେଉଛି ଗଣତି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି। ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦ୍ୱିତୀୟ ଦିନ ଗଣତିର୨୭୦ଟି ଆସନ ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ପ୍ରଥମ ଦିନର ଗଣତି ହୋଇଥିବା ବେଳେ ଏଥିରେ ୩୧୫ଟି ସିଟ୍‌ରୁ ବିଜେଡି ୮୯% ଅର୍ଥାତ୍ ୨୮୨ଟି ସିଟ୍‌ରେ ବିଜୟ ହାସଲ କରିଛି। ସେହିପରି କଂଗ୍ରେସ ୪% ଅର୍ଥାତ୍ ୧୪ଟି, ବିଜେପି ୫% ସିଟ୍‌ ଅର୍ଥାତ୍ ୧୫ଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ବାକି ୨% ସିଟ୍ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ଖାତାକୁ ଯାଇଛିି ।

ରବିବାର ରାତି ୧୦ଟା ସୁଦ୍ଧା ୮୫୩ଟି ଜୋନ୍‌ର ମୋଟ୍ ୯୧୯୧୩ଟି ବୁଥ୍‌ରୁ ୫୯୬୯୫ଟିରେ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୫୫୩ଟିରେ, ବିଜେପି ୩୦ଟିରେ, କଂଗ୍ରେସ ୩୦ଟିରେ, ସ୍ୱାଧୀନ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟିରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ଆଗୁଆ ଥିଲେ।

Leave a comment