ପୋଛି ନେଲା ବିଜେଡ଼ି, ବିଜେପି ହତାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ଆଜି ମୋଟ ୩୧୫ ଜୋନର ଗଣତି ଶେଷସୁଦ୍ଧା ବିଜେଡ଼ି ୨୭୮ ଆସନରେ, ବିଜେପି ୧୮ଟି, କଂଗ୍ରେସ ୧୬ଟି ଏବଂ ଅନ୍ୟ ୪ଟି ଆସନରେ ଆଗରେ ରହିଛି ।

ସୂଚନା ଅନୁଯାୟୀ, ପ୍ରଥମ ଦିନର ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଆରମ୍ଭ ହୋଇଥିଲା । ମିଳିଥିବା ଶେଷ ସୂଚନା ସୁଦ୍ଧା ବିଜେଡ଼ି ୨୭୮ ଆସନରେ, ବିଜେପି ୧୮ଟି, କଂଗ୍ରେସ ୧୬ଟି ଏବଂ ଅନ୍ୟ ୪ଟି ଆସନରେ ଆଗରେ ରହିଛି । ଅପରପକ୍ଷରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଖୁବ ଭଲ ପ୍ରଦର୍ଶନ କରିଥିଲା । ମାତ୍ର ଏଥର ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।

ଆଜିର ଗଣତି ପକ୍ରିୟାରେ ଅନୁଗୁଳର ସମସ୍ତ ୮ଟି ଆସନରେ ବିଜେଡି ଆଗୁଆ ରହିଛି । ସେହିପରି ବାଲେଶ୍ୱରର ବିଜେଡି ୧୧ଟି ଜୋନରେ ଆଗରେ ରହିଥିବାବେଳେ ବିଜେପି କେବଳ ୨ଟି ଆସନରେ ଆଗୁଆ ରହିଛି । ପୁରୀ ଜିଲ୍ଲାର ୧୧ଟି ଜୋନର ସମସ୍ତ ଆସନରେ ଆଗରେ ରହିଛି ଶାସକ ଦଳର ପ୍ରାର୍ଥୀ । ଭଦ୍ରକରେ ୧୦ଟି ଜୋନରେ ବିଜେଡି, ୨ଟି ଜୋନରେ ବିଜେପି । ବଲାଙ୍ଗୀରର ୧୨ଟି ଜୋନରେ ବିଜେଡି ଆଗରେ ରହିଥିବାବେଳେ ୨ଟି ଆସନରେ ଆଗରେ ରହିଛି ବିଜେପି । ସେହିପରି ପୂର୍ବ ନିର୍ବାଚନରେ କଳାହାଣ୍ଡିରେ ବିଜେପି ଭଲ ପ୍ରଦର୍ଶନ କରିଥିବାବେଳେ ଚଳିତ ଗଣତିରେ ସମୁଦାୟ ୧୩ଟି ଜୋନରୁ ୯ଟିରେ ଆଗରେ ରହିଛି ବିଜେଡି, ୪ଟି ଆସନରେ ଆଗୁଆ ଅଛି ବିଜେପି ।

୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ସବୁଠାରୁ ଭଲ ପ୍ରଦର୍ଶନ ମୟୁରଭଞ୍ଜରେ କରିଥିଲା । ସର୍ବାଧିକ ଜୋନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ମୟୁରଭଞ୍ଜରେ ଭୋଟରଙ୍କ ବିଶ୍ୱାସ ଭାଜନ ହୋଇପାରିନାହିଁ । ଅର୍ଥାତ ଆଜି ଗଣତି ହୋଇଥିବା ୨୪ଟି ଜୋନରେ ଆଗରେ ରହିଛି ବିଜେଡି । ସେହିପରି ବିଜେପିର ବରିଷ୍ଠ ନେତା ତଥା ସାସଂଦ ଜୁଏଲ ଓରାମଙ୍କ ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ବିଜେପି ଭଲ ପ୍ରଦର୍ଶନ କରିପାରିନାହିଁ । ଗଣତି ହେଉଥିବା ୧୬ଟି ଯାକ ଜୋନରେ ଆଗରେ ରହିଛି ବିଜେଡି ।

ସେହିପରି ଗଞ୍ଜାମରେ ୨୦ ଟି ଜୋନ୍‌ରେ ବିଜେଡ଼ି ଏବଂ ଦୁଇଟି ଜୋନ୍‌ରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି । ଜଗତସିଂହପୁରରେ ୭ଟି ବିଜେଡ଼ି ଏବଂ ଗୋଟିଏ ବିଜେପି ଆଗୁଆ ଅଛନ୍ତି । ଯାଜପୁରରେ ବିଜେଡ଼ି ୭ ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ତେବେ ଝାରସୁଗୁଡ଼ାରେ ବିଜେଡ଼ି ପ୍ରାର୍ଥୀ ୩ ଟି ଯାକ ଆସନରେ ଆଗୁଆ ଅଛନ୍ତି । ଅପରପକ୍ଷେ କଳାହାଣ୍ଡିରେ ବିଜେଡ଼ି ୯ ଏବଂ ବିଜେପି ୪ ଟି ଆସନରେ ଆଗୁଆ ଥିବା ବେଳେ କନ୍ଧମାଳରେ ବିଜେଡ଼ି ୨ ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ନୂଆପଡ଼ାରେ ୨ ଟି ଯାକ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି । ରାୟଗଡ଼ାରେ ଗୋଟିଏ ବିଜେଡ଼ି ଏବଂ ଅନ୍ୟଟି କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି । କୋରାପୁଟରେ ଗଣତି ହୋଇଥିବା ଏକମାତ୍ର ଆସନରେ ବିଜେଡ଼ି ପ୍ରାର୍ଥୀ ଆଗରେ ଅଛନ୍ତି । ଢ଼େଙ୍କାନାଳରେ ବିଜେଡ଼ି ୫ ଏବଂ ବିଜେପି ୧, ବାଲେଶ୍ୱରରେ ବିଜେଡ଼ି ୬ ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ଭଦ୍ରକରେ ବିଜେଡ଼ି ୬ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । କେନ୍ଦୁଝରରେ ବିଜେଡ଼ି ୯ ଏବଂ ବିଜେପି ୪ ଟି ଆସନରେ ଆଗୁଆ ଅଛନ୍ତି । କଟକ ଜିଲ୍ଲାରେ ଭୋଟ ଗଣତି ହୋଇଥିବା ୧୧ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ୯, ବିଜେପି ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗୁଆ ଅଛନ୍ତି । ସେହିଭଳି ପୁରୀରେ ୧୧ ଟି ଜୋନ୍‌ରେ ବିଜେଡ଼ି ଆଗୁଆ ରହିଥିବା ବେଳେ କେନ୍ଦ୍ରାପଡ଼ାରେ ୭ ଟି ଜୋନ୍‌ରେ ଦଳ ଆଗୁଆ ରହିଛି । ଖୋର୍ଦ୍ଧାରେ ବିଜେଡ଼ି ୬ ଏବଂ ବିଜେପି ୨ଟି ଆସନରେ ଆଗୁଆ ଅଛନ୍ତି । ନୟାଗଡ଼ରେ ବିଜେଡ଼ି ପ୍ରାର୍ଥୀ ୮ଟି ଯାକ ଆସନରେ ଆଗୁଆ ଅଛନ୍ତି । ସମ୍ବଲପୁରରେ ୮ଟି ଆସନରେ ବିଜେଡ଼ି ଆଗୁଆ ଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗୁଆ ଅଛି । ବରଗଡ଼ରେ ବିଜେଡ଼ି ୮ଟି ଏବଂ ବିଜେପି ୩ଟି ଆସନରେ ଆଗୁଆ ଅଛନ୍ତି । ଦେବଗଡ଼ରେ ବିଜେଡ଼ି ୩ ଟି ଆକ ଆସନରେ ଆଗୁଆ ରହିଛି । ସୁବର୍ଣ୍ଣପୁରରେ ଗଣତି ହୋଇଥିବା ଗୋଟିଏ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି । ସୁନ୍ଦରଗଡ଼ରେ ବିଜେଡ଼ି ୧୩, ବିଜେପି ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ ଟି ଜାଗାରେ ଆଗୁଆ ଅଛନ୍ତି । ବଲାଙ୍ଗୀରରେ ବିଜେଡ଼ି ୯ ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ବୌଦ୍ଧ ବିଜେଡ଼ି ୨ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ମାଲକାନଗିରିରେ ବିଜେଡ଼ି ୭ଟି ଯାକ ଆସନରେ ଆଗୁଆ ଥିବା ବେଳେ ନବରଙ୍ଗପୁରରେ ବିଜେଡ଼ି ୪ ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛନ୍ତି । ଗଜପତିରେ ବିଜେଡ଼ି ୨, ବିଜେପି ୧ ଏବଂ କଂଗ୍ରେସ ୩ ଟି ଆସନରେ ଆଗୁଆ ଅଛନ୍ତି ।

Leave a comment