କଦଳୀ ଗଛ ବାଡ଼ିରେ ଲଗାଉଥିଲେ ସାବଧାନ
ହିନ୍ଦୁ ଧର୍ମରେ କଦଳୀ ଗଛ କୁ ଅତ୍ୟନ୍ତ ଶୁଭ ମାନଯାଇଥାଏ। ଏହାସହ ପ୍ରାୟ ସମସ୍ତ ଶୁଭ କାର୍ଯ୍ୟ ରେ କଦଳୀ ଗଛ ର ଆବଶ୍ୟକତା ପଡ଼ିଥାଏ। କଦଳୀ ଗଛର ଫଳକୁ ମଧ୍ୟ ଆମେ ବିଭିନ୍ନ ପୂଜା କିମ୍ବା ଖାଦ୍ୟ ରୂପେ ବ୍ୟବହାର କରିଥାଉ ଏବଂ ଶରୀର ବୃଦ୍ଧି ରେ କଦଳୀ ବେଶ ସହାୟକ ହୋଇଥାଏ।
କିନ୍ତୁ ଯଦି କଦଳୀ ଗଛକୁ ଠିକ ଭାବରେ ଏବଂ ଠିକ ସ୍ଥାନ ଓ ଦିଗରେ ଲଗାଯାଏ ନାହିଁ ତେବେ ଏହା ଆପଣଙ୍କୁ ବର୍ବାଦ କରିପାରେ ବୋଲି ବସ୍ତୁବିଦ ମାନେ ମତଦିଅନ୍ତି। ତେବେ କଦଳୀ ଗଛ ଲଗାଇବା ଆଗରୁ ଏହି କେତୋଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। କଦଳୀ ଗଛକୁ ସର୍ଵଦା ଘରର ଉତ୍ତର ଦିଗରେ ଲଗାଇବା ଉଚିତ। ଏବଂ ଉଚିତ ସମୟରେ ଲଗାଇବା ଆବଶ୍ୟକ। ଏହାସହ ଯେଉଁମାନେ ବିବାହ କରି ନାହାନ୍ତି ସେମାନେ କଦଳୀ ଗଛ ଲଗାଇବା ଉଚିତ ନୁହେଁ।
ମନେରଖନ୍ତୁ କଦଳୀ ଗଛକୁ, ଘରର ମୁରବି କିମ୍ବା ବୟସ୍କ ବ୍ୟକ୍ତି ଲଗାଇବା ଉଚିତ। ଏବଂ କେବେବି ସେହି କଦଳୀ ଗଛ କୁ କାଟିବେ ନାହିଁ। କଦଳୀ ଗଛ କାଟିବା ଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ର ପ୍ରଭାବ ଖରାପ ପଡିବ। ଯାହା ଦ୍ଵାରା ଜୀବନରେ କେବେବି ବିବାହ ହୋଇ ପାରିବ ନାହିଁ। ସର୍ବଦା ଚେଷ୍ଟା କରନ୍ତୁ ଘରଠୁ କିଛି ଦୂରତା ରେ ହିଁ କଦଳୀ ଗଛକୁ ଲଗାଇବା, କାରଣ ଏହି ବୃକ୍ଷ ସହିତ ଥିବା ଅନେକ ଖରାପ ଶକ୍ତି ମଧ୍ୟ ଦୂରଇ ରହିବ। ତେଣୁ ଏହାକୁ ଘରଠାରୁ ଟିକେ ଦୁରତାରେ ଲଗାଇବା ଉଚିତ।
ଯେଉଁମାନଙ୍କ ବୃହସ୍ପତି ଗ୍ରହ ଭାରି ଥାଏ ସେମାନେ ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛରେ ପାଣି ଦେବା ଉଚିତ ଏପରି କଲେ ଆପଣଙ୍କ ଗ୍ରହ ଦୋଷ କଟିଯିବ ଏବଂ ବିବାହ ମଧ୍ୟ ହେବାର ସମ୍ଭାବନା ରହିଥାଏ। ଏହାସହ କେବେବି ଅଯଥାରେ ଗଛ କଟନ୍ତୁ ନାହିଁ କିମ୍ବା ଏହାର ପତ୍ରକୁ ମଧ୍ୟ ଛିଡନ୍ତୁ ନାହିଁ। ଏପରି କଲେ କେବେବି ଧନ ପ୍ରାପ୍ତି ହେବ ନାହିଁ।ଘରର ବାଡ଼ି ରେ ଯେବେବି କଦଳୀ ଉତ୍ତର କୋଣରେ କଦଳୀ ଗଛ ଲଗାଇବା ଦ୍ବାରା ଧନର ପ୍ରାପ୍ତି ହୋଇଥାଏ। ସର୍ଵଦା କଦଳୀ ଗଛର ଯତ୍ନ ନେବା ସହ ତାକୁ ପୂଜା କରି ସମ୍ମାନ ଦେବା ଉଚିତ୍। ଏପରି କରିବା ଦ୍ୱାରା ଆମକୁ ଜୀଵନ ଯାକ ଧନର କୌଣସି ଅଭାଵ ହେବ ନାହିଁ।ଏହାକୁ ଯଦି ଆମେ ଅସମ୍ମାନ କଲେ ଘରେ ସର୍ବଦା ଅଶାନ୍ତି ଦେଖାଦେବ।ଏବଂ ସବୁବେଳେ ଦୁଃଖ ମାଡି ଆସେ। ଅଭାବ ଅନଟନ ମଧ୍ୟ ଜାରି ରହିବ ଏବଂ ଅବିବାହିତ ବ୍ୟକ୍ତି ର ମଧ୍ୟ କେବେବି ବିବାହ ହୋଇ ପାରିବ ନାହିଁ।