ଅନେକ ରୋଗରୁ ମୁକ୍ତି ଦିଏ ପାନ ପତ୍ର

0

ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ପାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁ ଧର୍ମରେ ପାନର ବିଶେଷ ବ୍ୟବହାର ହୋଇଥାଏ। ବିବାହ ଉତ୍ସବରୁ ଆରମ୍ଭ କରି ଦେବ ପୂଜାରେ ମଧ୍ୟ ପାନର ବ୍ୟବହାର ହୋଇଥାଏ। ପାନର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।

ଶ୍ୱାସ, କାଶ, ଥଣ୍ଡା ଏବଂ ତଣ୍ଟି ପଡ଼ିବା ପାଇଁ :- ପାନପତ୍ର ରସ ସହିତ ଅଦା ରସ ମିଶାଇ ଦିନକୁ ଦୁଇତିନି ଥର ଖାଇବା ଦ୍ବାରା ଏସବୁରୁ ଉପଶମ ମିଳିଥାଏ।

ବାତରୋଗ :- ପାନପତ୍ର ରସ ସହିତ ମହୁ ଏବଂ ଶୁଣ୍ଠି ଗୁଣ୍ଡ ମିଶାଇ ଦିନକୁ ଦୁଇଥର ସେବନ କଲେ ତିନି ସପ୍ତାହରେ ବାତ ରୋଗରୁ ମୁକ୍ତି ମିଳିଥାଏ ।

କଫ ଜମିଲେ :- ତିନି ଚାରୋଟି ପାନକୁ ନିଆଁରେ ଗରମ କରି ଛାତିରେ ଲେପ ଦିଅନ୍ତୁ କଫ ରୋଗ ଭଲ ହୋଇଯିବ।

ହଜମ କରିବା ପାଇଁ :- ପାନ ସହିତ ଗୋଲମରିଚ ବାଟି ପିଇଲେ ଖାଦ୍ୟ ହଜମ ହୋଇ ଯାଇଥାଏ । ପାନ ସହିତ ଜୁଆଣି ମିଶାଇ ଚୋବାଇ ଖାଇଲେ ମଧ୍ୟ ଖାଦ୍ୟ ହଜମ ହୋଇଥାଏ ।

ବାନ୍ତି :- ପାନପତ୍ରକୁ ଛେଚି କଳରେ ଜାକିଲେ ବାରମ୍ୱାର ବାନ୍ତି ଦେଖାଉଥିଲେ ସେଥିରୁ ଉପଶମ ମିଳେ ।

ଅଜୀର୍ଣ୍ଣ, ପେଟମରା ଓ ଭୋକ ବଢ଼ାଇବା ପାଇଁ :- ପାନରସ ସହ ଗୋଲମରିଚ ଚୂର୍ଣ୍ଣ ମିଶାଇ ସେବନ କଲେ ଅଜୀର୍ଣ୍ଣ ଦୂର ହୋଇ ଭୋକ ବଢ଼ାଇଥାଏ । ସମପରିମାଣରେ ପାନ, ମୁଥା, ଜିରା, ଅଦା, ଗୋଲମରିଚ ବାଟି ପାଣିରେ ମିଶାଇ ପିଇଲେ ଅଜୀର୍ଣ୍ଣ ରୋଗରୁ ମୁକ୍ତି ମିଳିଥାଏ ।

ପେଟ ସଫା ପାଇଁ :- ପାନରସ ସହିତ ଶୁଣ୍ଠି ଓ ହରିଡ଼ା ଚୂର୍ଣ୍ଣ ମିଶାଇ ନିୟମିତ ସେବନ କଲେ ପେଟ ସଫା ହୋଇଥାଏ ।

ପେଟ ଦରଜ ହେଲେ :- ଭଜା ଗୋଲମରିଚକୁ ପାନରେ ଦେଇ ଚୋବାଇ ଚୋବାଇ ଖାଇଲେ ପେଟ ଦରଜ ଭଲ ହୋଇଥାଏ । ପାନରସ ଏକ ଚାମଚ, ଜୁଆଣି ଚୂର୍ଣ୍ଣ ଏକ ଚାମଚ, ଅଦାରସ ଏକ ଚାମଚ ଏକତ୍ର ମିଶାଇ ସେବନ କଲେ ପେଟ ଦରଜରୁ ମୁକ୍ତି ମିଳିଥାଏ ।

ପକାଶ ଭଲ କରେ :- ପାନରସ ସହିତ ଚୂନ ମିଶାଇ ଗରମ କରି ଗଳାରେ ମାଲିସ୍ କଲେ ପୁରାତନ ଗଳା ରୋଗରୁ ଉପଶମ ମିଳିଥାଏ ।

ଶିଶୁମାନଙ୍କର ଥଣ୍ଡା, କାଶ ପାଇଁ :- ପାନରସ ସହ ମହୁ ମିଶାଇ ପିଲାମାନଙ୍କୁ ଚଟାଇଲେ ଦୁଇ ତିନିଦିନରେ ସେମାନଙ୍କର ଥଣ୍ଡା, କାଶ ଭଲ ହୋଇ ଯାଇଥାଏ ।

ଶିଶୁର ଝାଡ଼ା ପାଇଁ :- ପାନ ଡେମ୍ଫରୁ ଉପର ଚୋପା ଛଡ଼ାଇ ସେଥିରେ ଜଡ଼ା ତେଲ ମାରି ମଳଦ୍ୱାରରେ ଦେଲେ ପିଲାମାନଙ୍କର ଝାଡ଼ା ସଫା ହୋଇଥାଏ ।

କାନବିନ୍ଧା ପାଇଁ :- ପାନପତ୍ର ରସକୁ ସାମାନ୍ୟ ଉଷୁମ କରି କାନରେ ପକାଇଲେ କାନଟଣା ବା କାନବିନ୍ଧା ଭଲ ହୋଇଥାଏ ।

ମୁଣ୍ଡ ବିନ୍ଧା :- ପାନପତ୍ରକୁ ଉଷୁମ କରି କପଡ଼ାରେ ଚାପି ରଖିଲେ ମୁଣ୍ଡବିନ୍ଧା ଭଲ ହୋଇଯାଇଥାଏ ।

ବ୍ରଣ ପାଇଁ :- ପାଞ୍ଚଟି ପାନ ଓ ପାଞ୍ଚଟି ଗୋଲାପ ଫୁଲ ନେଇ ପାଣିରେ ସିଝାନ୍ତୁ, ସେଥିରୁ ବାହାରୁ ଥିବା ବାମ୍ଫରେ ମୁହଁ ରଖନ୍ତୁ । ଗୋଟିଏ ସପ୍ତାହରେ ମୁଖବ୍ରଣ ଭଲ ହୋଇଯିବ।

ପୋକଖିଆ ଦାନ୍ତ ପାଇଁ :- ପୋକକଟା ଦାନ୍ତରେ ଯନ୍ତ୍ରଣା ହେଉଥିଲେ ପାନ ଡେମ୍ଫ ଏବଂ କର୍ପୂରକୁ ଏକାଠି ବାଟି ପୋକ କାଟିଥିବା ଦାନ୍ତରେ ଲଗାଇଲେ ବିନ୍ଧାରୁ ଉପଶମ ମିଳିଥାଏ ।

ବଥ ପାଇଁ :- ଶରୀରରେ ଯେକୌଣସି ସ୍ଥାନରେ ବଥ ହେଲେ ପାନପତ୍ରରେ ଘିଅ ମାରି ଉଷୁମ କରି ପଟି ବାନ୍ଧିଲେ ବଥ ଫାଟିଯାଇଥାଏ ଏବଂ ବଥରେ ଥିବା ପୁଜ ବାହାରି ଯାଇଥାଏ ।

ଛାତି ଜଳାପୋଡ଼ା ପାଇଁ :- ପାନରସ ସହିତ ଅଦାରସ ମିଶାଇ ସେବନ କରନ୍ତୁ ।

ଅର୍ଶ :- ଅର୍ଶରୁ ରକ୍ତ ପଡୁଥିଲେ ୧୦ଗ୍ରାମ୍ ପାନଚେର ସହ ୧୦ଗ୍ରାମ୍ କିସ୍‌ମିସ୍ ମିଶାଇ ବାଟି ବାଟିକା ପ୍ରସ୍ତୁତ କରି ସକାଳେ ଖାଲିପେଟରେ ଗୋଟାଏ ଲେଖାଏଁ ଖାଇଲେ ରକ୍ତାର୍ଶରୁ ମୁକ୍ତି ମିଳିଥାଏ ।

ମୁଖ ଦୁର୍ଗନ୍ଧ :- ପାନରେ ଗୁଜୁରାତି, ଲବଙ୍ଗ ଓ ଜଷ୍ଠିମଧୁ ଦେଇ ସେବନ କଲେ ମୁଖ ଦୁର୍ଗନ୍ଧ ଦୂର ହେବା ସହ ମୁଖ ଗହ୍ୱର ପରିଷ୍କାର ରୁହେ ।

ନାକର ପିନସ୍ ରୋଗ :- ପାନପତ୍ରକୁ ହାତରେ ମକଚି ବାରମ୍ୱାର ଶୁଙ୍ଘିଲେ କିମ୍ୱା ପାନରସକୁ ନାକରେ ପକାଇଲେ ପିନସ୍ ରୋଗରୁ ମୁକ୍ତି ମିଳିଥାଏ ।

କଟା ଘା’ :- ପାନପତ୍ରରେ ଗାଈଘିଅ ମିଶାଇ କ୍ଷତ ସ୍ଥାନରେ ଲଗାଇଲେ ବହୁତ ଶୀଘ୍ର କ୍ଷତସ୍ଥାନ ଭଲ ହୋଇଥାଏ ।

ପାଳିଜ୍ୱର :- ମଙ୍ଗଳବାର କିମ୍ୱା ଶନିବାର ଦିନ ଧଳାଦୁବ ଆଣି ପାନରସ ସହିତ ମିଶାଇ ଦୁଇ ଚାମଚ ଲେଖାଏଁ ଦିନକୁ ଦୁଇଥର ପିଇଲେ ଏକା ଥରକେ ପାଳିଜ୍ୱର ଭଲ ହୋଇଥାଏ ।

ଉକୁଣି ସଫା କରେ :- ପାନରସକୁ ମୁଣ୍ଡରେ ମାଲିସ୍ କଲେ ଉକୁଣି ମରିଯାଆନ୍ତି ।

Leave a comment