ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନୂଆ ଦାୟିତ୍ୱ ପାଇଲେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଆଇଏଏସ କ୍ରିଷନ କୁମାର । ଏବେ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ହେବେ ଆଇଏଏସ କ୍ରିଷନ କୁମାର । ଏନେଇ ଆଇଏଏସ୍ କ୍ରିଷନ କୁମାରଙ୍କ ଏହି ନୂଆ ଦାୟିତ୍ୱ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶ ଥାଉକି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଓ ପୂର୍ତ୍ତ ସଚିବ ଦାୟିତ୍ୱରେ ଏବେ କ୍ରିଷନ କୁମାର ରହିଛନ୍ତି । ହେଲେ ତାଙ୍କୁ ଏବେ କେନ୍ଦ୍ରୀୟ ଡେପୁଟେସନରେ ନେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a comment