ବିଜେଡି କର୍ମୀଙ୍କୁ ହତ୍ୟା, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ବିଜେଡିର ପ୍ରତିନିଧି ଦଳ ।

ଏହି ହତ୍ୟାକାଣ୍ଡ ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେଡି । ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି। ଖୁବଶୀଘ୍ର ମନମୋହନ ସାମଲ ଓ ହତ୍ୟାକାଣ୍ଡରେ ସମୃକ୍ତି ଥିବା ଅନ୍ୟ ବିଜେପି କର୍ମୀଙ୍କୁ ଗିରଫ ପାଇଁ ଦାବି କରିଛି ବିଜେଡି । କେବଳ ଏତିକି ନିହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ବିଜେପି ରକ୍ତମୁଖା ସାଜିଛି ଏବଂ ହିଂସାକାଣ୍ଡ ଘଟାଉଛି ତାହା ଉପରେ ମଧ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

Leave a comment