ଆଉଟ ହେଲେ ଶ୍ରୀକାନ୍ତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଙ୍କୁ ୨୦୧୯ ନିର୍ବାଚନ ପାଇଁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହମତି କ୍ରମେ ନୂତନ ଭାବେ ଗଠିତ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ବାଦ ଦିଆଯାଇଛି । ଏହି ନୂତନ ଇସ୍ତାହାରରେ ତାଙ୍କ ବଦଳରେ ଗଣେଶ୍ୱର ବେହେରା ସ୍ଥାନ ପାଇଛନ୍ତି ।

ବାରମ୍ବାର ରାଜ୍ୟ କଂଗ୍ରେସ ର ସାଙ୍ଗଠନିକ ସ୍ଥିତି କୁ ନେଇ ଉପହାସ କରି ଆସୁଥିବା ଶ୍ରୀକାନ୍ତ ଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ଉପରେ ପଡିଛି ଏଆଇସିସି ଛାଟ । ପୂର୍ବରୁ ମଧ୍ୟ ଦଳରେ ଥାଇ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଶ୍ରୀକାନ୍ତଙ୍କ ନାଁରେ ହାଇକମାଣ୍ଡ ଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗକୁ ହାଇକମାଣ୍ଡ ଏଥର ଗମ୍ଭୀରତା ସହ ନେଇ ନୂତନ ଭାବେ ଗଠିତ ଇସ୍ତାହାର କମିଟିରୁ ଶ୍ରୀକାନ୍ତଙ୍କୁ ବିଦା କରାଯାଇଛି ।

ନୂଆ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହାରଙ୍କୁ ଦାୟିତ୍ୱ ଦିଆଯାଇଛି । ସଦସ୍ୟ ଭାବେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସତ୍ୟପ୍ରକାଶ ନାୟକ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ୍, ନଟବର ଖୁଂଟିଆ, ଲିଆକତ ଅଲ୍ଲୀ, ସୁଦର୍ଶନ ଦାସ ଓ ଆବାହକ ଭାବେ ବିସ୍ମୟ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a comment