ଆଜି ସରିବ ପ୍ରଚାର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ ଦିନକ ପରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ନେତା ବାଛିବ ଗାଁ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରସୋରରେ ହେଉଛି ।

ଗାଁ ଦାଣ୍ଡରେ ବୁଲୁଛନ୍ତି ହେଭିଓ୍ବେଟ୍ ସାଙ୍ଗକୁ ଷ୍ଟାର ପ୍ରଚାରକ । ଘରକୁ ଘର ବୁଲି ଭୋଟ୍ ହାତେଇବାକୁ ଅନ୍ତିମ ଚେଷ୍ଟା ଚଳାଇଛନ୍ତି ପ୍ରାର୍ଥୀ । ସବୁ ଦଳ ଜିଲ୍ଲା ପରିଷଦ ଆସନ ଉପରେ ନିଜର ଫୋକସ କରିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ରାଜ୍ୟରେ ୪୯ ବ୍ଲକର ୧୩୧ଟି ଜିଲ୍ଲାପରିଷଦ ଜୋନରେ ହେବ ନିର୍ବାଚନ । ୯୭୫ ସରପଞ୍ଚ, ସମିତି ସଭ୍ୟ ଏବଂ ୧୩ହଜାର ୫୧୪ ଓ୍ବାର୍ଡରେ ହେବ ଭୋଟିଂ । ୪୧ଲକ୍ଷରୁ ଅଧିକ ଭୋଟର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ । ଲୋକପ୍ରିୟ ଯୋଜନା ଓ ବିକାଶ ପାଇଁ ବିଜେଡି ସପକ୍ଷରେ ହାଓ୍ବା ବହୁଥିବାବେଳେ ଶାସକ ଦଳକୁ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ।

Leave a comment