ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ୱାମୀ. ପ୍ରକାଶଥାଉ କି , ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି ବହଲପଦର ଗ୍ରାମର ଖେଡୁ ପଧାନଙ୍କ ଝିଅ ମମତାଙ୍କୁ ୧୧ ବର୍ଷ ତଳେ ବିବାହ କରିଥିଲେ. ଶନିବାର ସନ୍ଧ୍ୟା ସମୟରେ ଉଭୟ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଏଥିରେ ଉତକ୍ଷିପ୍ତ ହୋଇ ଶଙ୍କର ସ୍ତ୍ରୀକୁ ମାଡ ମାରିଥିଲେ । ଫଳରେ ମମତା ଗୁରୁତର ହୋଇଥିଲେ.

ଗୁରୁତର ମମତାଙ୍କୁ ପ୍ରଥମେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ ଓ ଡାକ୍ତର ମୃତ ଘୋଷଣା କରିଥିଲେ. ଖବର ପାଇ ମମତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଁଚି ଥିଲେ । ମୃତକଙ୍କ ବାପା ଖେଡୁ ପଧାନ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି.

Leave a comment