ବିଡିଓଙ୍କୁ ଦୁର୍ବ୍ୟବହାର, ୬ ବୁଥରେ ଭୋଟିଂ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟଦାନ ବେଳେ ଅତିମାତ୍ରାରେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍‌ରେ ମତଦାନ ମଧ୍ୟ ବନ୍ଦ କରିବାକୁ ପଡିଛି।
କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮,୯,୧୦ ଓ ୧୧ ନଂ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା କୋରାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କରାଯାଇଛି। ସେହିପରି ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ଆସିଛି । ଫଳରେ ଏହି ୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ ବନ୍ଦ ରହିଛି।
ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ଵର ବୁଥ୍‌ରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ଆସିଛି। ଯାହା ଫଳରେ ଏହି ଦୁଇଟି ବୁଥରେ ମଧ୍ୟ ମତଦାନ ବନ୍ଦ ରହିଛି।

Leave a comment