ତୁରନ୍ତ ଘରୁ କାଢନ୍ତୁ ଏସବୁ ଜିନିଷ

ଆମ ଜୀବନର ସମସ୍ତ ସୁଖ ଶାନ୍ତି ନକାରାତ୍ମକ ଶକ୍ତି ଶେଷ କରିଦିଏ। ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ ନକାରାତ୍ମକ ଶକ୍ତି । ଘରେ ଅନେକ କାରଣରୁ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ବାସ୍ତୁ ବିଶେଷଜ୍ଞମାନେ ଏ ନେଇ ଅନେକ ପରାମର୍ଶ ଦେଉଛନ୍ତି । ସେହି ସବୁ ବସ୍ତୁକୁ ଘରୁ ତୁରନ୍ତ କାଢ଼ିଦେବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ…
-ଠାକୁର ଘରେ କିମ୍ବା ଘରର କୌଣସି ସ୍ଥାନରେ ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ । ଯଦି କୌଣସି ଖଣ୍ଡିତ ମୂର୍ତ୍ତି ଘରେ ରହିଛି ତେବେ ତାହାକୁ ତୁରନ୍ତ ବାହାର କରିଦେବା ଆବଶ୍ୟକ ।
ଆପଣ ଯଦି ଦେଖୁଛନ୍ତି ପୂଜା ଘରେ ଦେବଦେବୀ ସାମ୍ନା ସାମ୍ନି ସ୍ଥାପନ ହୋଇଛନ୍ତି ତେବେ ତାହାକୁ ତୁରନ୍ତ କାଢି ଦିଅନ୍ତୁ । କାରଣ ଏହିଭଳି ସ୍ଥାପନ କରିବା ଦ୍ୱାରା ଘରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ। ଏହାସହ ଠାକୁର ଘରେ ମଲା ଲୋକଙ୍କ ଫଟୋ ରଖିବା ଉଚିତ୍ ନୁହେଁ।
– ଘରେ ବେଳେବେଳେ ଭଙ୍ଗା କାଚ ବାସନ କିମ୍ବା ଫଟା ବାସନ ଦୀର୍ଘ ଦିନ ଧରି ରହିଥାଏ । ଯଦି ଏପରି ବାସନ ଘରେ ରୁହେ ତେବେ ଦରିଦ୍ରତା ଲାଗି ରୁହେ । ଏହାକୁ ବାସ୍ତୁ ଦୃଷ୍ଟିରୁ ବ୍ୟବହାର କରିବା ଉଚିତ ନୁହେଁ ।ଘରୁ ତୁରନ୍ତ ଭଙ୍ଗା ବାସନ ବାହାର କରି ଦିଅନ୍ତୁ।
-ଅଧିକାଂଶ ସମୟ ଆମେ ଦେଖିଥାଉ ଗାମୁଛା ଓ ଶାଢ଼ୀ କାନି ଛିଡି ଯିବାର, ଯଦି ଏପରି କିଛି ଲକ୍ଷ୍ୟ କରୁଛନ୍ତି ତେବେ ତାହାକୁ ତୁରନ୍ତ ତ୍ୟାଗ କରନ୍ତୁl କାରଣ ଏଭଳି ବସ୍ତ୍ର ବାସ୍ତୁ ଦୃଷ୍ଟିରୁ ଅଶୁଭ ଅଟେ । ମହିଳାଙ୍କ ଶାଢ଼ୀ କାନିରେ ଲକ୍ଷ୍ମୀ ବାସ କରନ୍ତି ।
ଘରେ କେବେବି ବନ୍ଦ ହୋଇଥିବା ଘଡି ରଖିବା ଉଚିତ ନୁହେଁ ,କାରଣ ଏଭଳି ଘଡି ଘରୁ ସକାରାତ୍ମକ ଶକ୍ତିକୁ ଦୂର କରିଥାଏ । ଯାହାଦ୍ୱାରା ଘର ପ୍ରତି ଅସୁବିଧା ଲାଗି ରୁହେ । ଏହାସହ ବାଡ଼ିରେ ବା ଘର ପାଖରେ କଣ୍ଟା ଗଛ ରହିବା ଉଚିତ୍ ନୁହେଁ।