କୁମାର ବିଶ୍ଵାସଙ୍କୁ ମିଳିଲା Y ଶ୍ରେଣୀ ସୁରକ୍ଷା, ଜାଣନ୍ତୁ କାହିଁକି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ୍ ଆଦମୀ ପାର୍ଟି(ଆପ୍)ର ପୂର୍ବତନ ନେତା କୁମାର ବିଶ୍ଵାସଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି କେନ୍ଦ୍ରସରକାର। ବିଶ୍ଵାସଙ୍କୁ ଓ୍ଵାଇ ଶ୍ରେଣୀ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସିଆରପିଏଫ ଜରିଆରେ କୁମାର ବିଶ୍ଵାସଙ୍କୁ ଓ୍ଵାଇ ଶ୍ରେଣୀ ସୁରକ୍ଷା ଯୋଗାଇ ଦେବେ। ବିଶ୍ଵାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହାର ସମୀକ୍ଷା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ କୁମାର ବିଶ୍ଵାସଙ୍କ ସୁରକ୍ଷା ସମୀକ୍ଷା କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ ବିପଦକୁ ଆକଳନ କରିବା ପରେ ତାଙ୍କୁ ଓ୍ଵାଇଶ୍ରେଣୀ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ବିଶ୍ଵାସ ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ କେଜ୍ରିଓ୍ଵାଲଙ୍କ ଉପରେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ।