ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲ୍ଲାରେ ଆଜି ପୁଣିଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଛି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ମାଡ ମାରିବା ସହ ତାଙ୍କୁ ଧମକେଇ ଥିଲେ।
ସୂଚନା ଥାଉ କି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପୀନାଥ ପୁର ପଞ୍ଚାୟତ ଅର୍ନ୍ତଗତ ହଳଦିଆ ଗ୍ରାମର 12 ଓ 13 ନମ୍ବର ବୁଥରେ । ଏହାସହ ଭୋଟ ଗ୍ରହଣର ଅନ୍ତିମ ପର୍ଯ୍ୟାୟରେ ବୁଥ ରାଗିଙ୍ଗ ଭଳି ଅଭିଯୋଗ ହୋଇଛି ।
ବିଭିନ୍ନ ଗଣାମାଧ୍ୟମର ପ୍ରତିନିଧି ଏହି ଘଟଣାର ଚିତ୍ର ଉତ୍ତୋଳନ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହେବା ସହିତ ମୋବାଇଲ, କ୍ୟାମରା ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିଦେଇଥିବା ଅଭିଯୋଗ ଆସିଛି। ଖବର ପାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରିତ କରିଥିଲା । ଏନେଇ ଘଣ୍ଟେଶ୍ଵର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।