ନିର୍ବାଚନ ଦାୟିତ୍ବରେ ଅବହେଳା : ଦୁଇ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ଦ୍ୱିତୀୟ ପର୍ଯାୟ ମତଦାନରେ ନିର୍ବାଚନ ଦାୟିତ୍ବରେ ଅବହେଳା କରିବାରୁ ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି । ସେହି ନିଲମ୍ବିତ 2ଜଣ ହେଲେ କଣାସ ବ୍ଲକର କଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସେକ୍ ନ୍ୟାମତୁଲ୍ଲା ଏବଂ ଗୋପ ତହସିଲର ଆରଆଇ ଜଗନ୍ନାଥ ବିଶ୍ବାଳ ।

ନିଲମ୍ବନ ସମୟରେ ସେକ୍ ନ୍ୟାମତୁଲ୍ଲାଙ୍କ ମୁଖ୍ୟ କାର୍ଯ୍ୟାଳୟ କଣାସ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜଗନ୍ନାଥ ବିଶ୍ବାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ଗୋପ ତହସିଲ ରଖାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଛାଡିପାରିବେ ନାହିଁ ନିର୍ଦେଶ ଦିଆଯାଇଛି। ନିମାପଡା ବିଡିଓଙ୍କ ସୁପାରିଶକୁ ଭିତ୍ତିକରି ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ନିଲମ୍ବନ କରାଯାଇଛି ।

Leave a comment