ଅଟକିବନି ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି । ପ୍ରକଳ୍ପ ସମ୍ବର୍ଦ୍ଧିତ ସମସ୍ତ ତଥ୍ୟ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ବେଳେ କେତେ ଅଞ୍ଚଳ ବୁଡ଼ିବ, କେତେ କ୍ଷତିଗ୍ରସ୍ତ ହେବେ ସବୁ ତଥ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାର ପାଇବେ । ତେବେ ପ୍ରକଳ୍ପ ସମ୍ବର୍ଦ୍ଧିତ ସମସ୍ତ ତଥ୍ୟ ପାଇଲା ପରେ ରାଜ୍ୟ ସରକାର ଜନଶୁଣାଣି କରିପାରିବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଥାଉ କି, ପୋଲାଭରମ ପ୍ରକଳ୍ପ କାର୍ଯ୍ୟରେ ସ୍ଥଗିତାଦେଶ ପାଇଁ ଆବେଦନ କରିଥିଲା ଓଡ଼ିଶା । ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ରେ ସ୍ବତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି କରିବା ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇଥିଲେ । ଶନିବାର କେନ୍ଦ୍ର ସରକାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହରି ଯାଇଥିଲେ । କହିଥିଲେ, ସ୍ବତନ୍ତ୍ର ସଂସ୍ଥା ନିୟୋଜିତ କରି ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ଲାଗି ଭୁଲବଶତଃ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ ।

Leave a comment