ଜଗନ୍ନାଥ ଦର୍ଶନ ପାଇଁ କୋହଳ ହେଲା କଟକଣା, ଜଣାନ୍ତୁ ନୂଆ ନିୟମ

0

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେବ୍ରୁଆରୀ ୨୧ ତାରିଖରୁ ପୁରୀ ଜଗନ୍ନାଥ ଦର୍ଶନ ନିୟମ କୋହଳ ହେବାକୁ ଯାଉଛି । କାଳିଆ ଦର୍ଶନ ପାଇଁ ଆଉ ଦରକାର ପଡିବନି ଟିକା ପ୍ରମାଣପତ୍ର । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ମାତ୍ର ପୂର୍ବପରି ମାସ୍କ ବାଧ୍ୟତାମୂଳକ ରହିବ ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ଛତିଶାନିଯୋଗ ବୈଠକ ହୋଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ା କ୍ରିଷନ କୁମାରଙ୍କ ଅଧ୍ୟକ୍ଷତା ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିଥିଲା। ରାଷ୍ଟ୍ରପତି ପୁରୀ ଗସ୍ତ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ଦର୍ଶନକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

ଅପରପକ୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗର ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

Leave a comment