ପୁଣି ୨୨ରୁ ପ୍ରବଳ ବାର୍ଷିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୨ରୁ ପ୍ରବଳ ବର୍ଷା ହେବାର ସମ୍ଭାଵନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛିନ୍ତି । ୧୩ରୁ ରାଜ୍ୟରୁ କ୍ରମଶଃ ଶୀତ କମିବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ଆସନ୍ତା ୨୧ ତାରିଖରୁ ରାଜ୍ୟରେ ପାଗ ପୂରା ବଦଳିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ରୁ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ ।
ସେହିଭଳି ରାଜ୍ୟରେ ୧୩ରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଶୀତ କମିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବ । ୧୪ ପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଓ ରାତିବେଳାର ତାପମାତ୍ରା ବଢ଼ିବ । ୧୬, ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସୀମାରେ ତାପମାତ୍ରା ସାମାନ୍ୟ କମିପାରେ । ୧୮ରୁ ଏହା ତାପମାତ୍ରା ପୁଣି ବଢ଼ିବ । ୧୯ରୁ ଦିନ ଓ ରାତିରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ୬ ଡିଗ୍ରୀ ତାପମାତ୍ରା ବଢ଼ିବ ଓ ଶୀତ ଗାଏବ ହୋଇଯିବ । ଟିଟିଲାଗଡ଼ ଓ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Leave a comment