ପଂଚାୟତ ଇଲେକ୍ସନ, ଜିଲ୍ଲାପାଳମାନଙ୍କ ସହ କଥା ହେଲେ ଆଦିତ୍ୟ ପ୍ରସାଦ ପାଢ଼ୀ

0

ଜିଲ୍ଲାପାଳମାନଙ୍କ ସହ ଆଜି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଡିଜିଟାଲ ବୈଠକ କରିଛନ୍ତି। ଏହି ବୈଠକରେ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହୋଇଥିଲା । ଏନେଇ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ପଞ୍ଚାୟତ ନିର୍ବାଚନ ନେଇ ନୂଆ ସରକୁଲାର ଜାରି ହୋଇଛି। ଭୋଟ ପ୍ରଚାର ସାରିବା ପରେ ଭୋଟ ହେଉଥିବା ଅଞ୍ଚଳରେ ଏବଂ ଅନ୍ୟ ଅଞ୍ଚଳର ଲୋକ କିମ୍ବା କୌଣସି ଦଳର ନେତା ରହିପାରିବେ ନାହିଁ। ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ବାହାର ଅଞ୍ଚଳର ଲୋକ ନିର୍ବାଚନ ହେଉଥିବା ଅଞ୍ଚଳ ଖାଲି କରିବା ପାଇଁ ନିର୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ, ୧୬୬୯ ସମିତି ସଭ୍ୟ, ୨୨ ହଜାର ୩୭୯ ୱାର୍ଡମେମ୍ବର ପାଇଁ ହେବ ଭୋଟ ଗ୍ରହଣ ହେବ। ୬୬ ଲକ୍ଷ ୫୧ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ।

ପୋଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖ ଯିବେ। କେତେ ସମ୍ବେଦନଶୀଳ ବୁଥ ଚିହ୍ନଟ ଚାଲିଛି। ଏହି ବୁଥରେ ମାତ୍ରାଧିକ ପୁଲିସ ରହିବା ସହ ଭିଡିଓଗ୍ରାଫି କରାଯିବ। ଷ୍ଟ୍ରଙ୍ଗ ରୁମରେ ସିସିଟିଭି ରଖାଯିବ। ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି।
ପୌରାଞ୍ଚଳ ପାଇଁ ଡ୍ରାଫ୍ଟ ପବ୍ଲିସ ହୋଇଛି। ରାଜନୈତିକ ଦଳଙ୍କୁ ବି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ନୋଟା ରହିଛି। ପ୍ରଥମ ଥର ପାଇଁ ମେୟର ଓ ଚେୟାରମ୍ୟାନ ନିର୍ବାଚନ ସିଧାସଳଖ ହେବ। ଗୋଟେ ବୁଥରେ ଦୁଇଟି ଇଭିଏମ ରହିବ। ଇଭିଏମ ଉପରେ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ, ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ବ୍ୟାଲଟ ପେପର ରହିବ।

Leave a comment