ସି.ବି.ଏସ.ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ପାଇଁ ତାରିଖ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସି.ବି.ଏସ.ଇ ଦଶମ ଏବଂ ଦ୍ୱାଦଶ ପାଇଁ ଟର୍ମ-୨ ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ପାଇଁ ଟର୍ମ-୨ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନୟାମମ ଭରଦ୍ୱାଜ । ଏହି ପରୀକ୍ଷା ଅଫଲାଇନ ମୋଡରେ ହେବ ।

ସୂଚନା ଅନୁଯାୟୀ, ଦେଶର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଚୂଡ଼ାନ୍ତ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରୁଛି। ଗତ ବର୍ଷ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ବୋର୍ଡ ପରୀକ୍ଷା ପରିଚାଳନା କରିବାରେ ସକ୍ଷମ ହୋଇନଥିଲା ଏବଂ ଫଳାଫଳ ପ୍ରସ୍ତୁତ କରିବା ପାଇଁ ବିକଳ୍ପ ମୂଲ୍ୟାଙ୍କନ ଯୋଜନାକୁ ବ୍ୟବହାର କରିବାକୁ ପଡିଥିଲା।

Leave a comment