ପ୍ରତାପରୁଦ୍ରପୁର ପଞ୍ଚାୟତ, ନିର୍ବାଚନ ମୈଦାନରେ ୩୧ ଜଣ ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ପୁରା ସରଗରମ । ବାଲିଅନ୍ତା ବ୍ଳକ ଅନ୍ତର୍ଗତ ପ୍ରତାପରୁଦ୍ରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଜୋରଦାର ଟକ୍କର । ୧୨ଟି ୱାର୍ଡ଼ ଏବଂ ୪୫୪୯ ମତଦାତାଙ୍କୁ ନେଇ ଏହି ପଞ୍ଚାୟତ ଗଠିତ । ଏଠାରେ ସର୍ବମୋଟ ୩୫ ଜଣ ପ୍ରାର୍ଥୀ ଭାବେ ମଇଦାନକୁ ଓଲ୍ଲାହିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ୱାର୍ଡ଼ରେ ନିର୍ଦ୍ୱଦ୍ବରେ ବିଜୟ ହୋଇଛନ୍ତି । ବର୍ତ୍ତମାନ ୩୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ । ସେମାନଙ୍କ ମଧ୍ୟରୁ ସରପଞ୍ଚ ପଦବୀ ପାଇଁ ୫ ଜଣ, ୩ ଜଣ ସମିତି ସଭ୍ୟ, ୨୩ ଜଣୱାର୍ଡ଼ ସଭ୍ୟ/ସଭ୍ୟା ଲଢିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଏଠାରେ ସରପଞ୍ଚ ପଦବୀ ଲାଗି ଜୋରଦାର ଲଢ଼େଇ ହେଉଥିବା ବେଳେ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟଙ୍କୁ ମତଦାନ କରିବାକୁ ନିବେଦନ କରୁଛନ୍ତି । ସରପଞ୍ଚ ଆସନ ଲାଗି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସମସ୍ତ ପାଞ୍ଚ ଜଣ ପ୍ରାର୍ଥୀ ନୂଆ ମୁହଁ । ତେଣୁ ନିର୍ବାଚନ ମଇଦାନରେ ଜୋରଦାର ଲଢ଼େଇ ହେବା ନେଇ ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି ।
ପ୍ରାର୍ଥୀଙ୍କ ମତ ଅନୁସାରେ, ସାବିତ୍ରୀ ସ୍ଵାଇଁ ଗାଁ ର ଉନ୍ନତି କରିବା ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ସହ ଶ୍ରଦ୍ଦେୟା ପାତ୍ର ସେ ଅଞ୍ଚଳ ବିକାଶ ସହିତ ସମସ୍ତ ଗ୍ରାମର ସମସ୍ୟା ର ଦୂରୀକରଣ କରିବା ଲକ୍ଷ୍ୟ ନେଇ ସରପଞ୍ଚ ଆସନ ପାଇଁ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିରୋଧ ପଦ୍ମାବତୀ ପରିଡା ନିର୍ବାଚନ ଲଢୁଛନ୍ତି । ଅଞ୍ଚଳରେ କିଛି ନୂଆ କରିବାର ଇଚ୍ଛା ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ସହ ଅଙ୍କିତା ହରିଚନ୍ଦନ ନିର୍ବାଚନରେ ଲଢୁଛନ୍ତି । ସେ ଅଞ୍ଚଳରେ ଲୋକମାନଙ୍କର ଯେଉଁସବୁ ସମସ୍ୟା ରହିଛି ସେଗୁଡ଼ିକକୁ ସମାଧାନ କରିବ । ତାଙ୍କ ବିରୋଧରେ ଶୈଳବାଳା ନନ୍ଦ ସେ ଅଞ୍ଚଳ ସମସ୍ୟା ସମାଧାନ କରିବା ଲକ୍ଷ୍ୟ ନେଇ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଲଢୁଛନ୍ତି । ସରପଞ୍ଚ ପଦବୀ ଲାଗି ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ପ୍ରାର୍ଥୀମାନେ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । ସେହିପରି ସମିତି ସଭ୍ୟ ଆସନ ଟି ଅଣସଂରକ୍ଷିତ ମହିଳା ହୋଇଥିବାରୁ ଏଥିରେ ଅନ୍ନପୂର୍ଣ୍ଣା ବେହେରା, ଓମାରାଣୀ ମହାନ୍ତି ଓ ସ୍ଵର୍ଣ୍ଣପ୍ରଭା ରାଉତ ମଇଦାନକୁ ଓହ୍ଲାଇଛନ୍ତି ।
ସମସ୍ତେ ନୂତନ ଭାବେ ନିର୍ବାଚନ ଲଢୁଥିବାରୁ ସେ ଅଞ୍ଚଳରେ କିଛି ନୂଆକରିବା ଆଶାରେ ନିର୍ବାଚନରେ ଲଢ଼ୁଛନ୍ତି । ସରକାର କରୋନା କଟକଣାକୁ ନିର୍ବାଚନ ଲାଗି କିଛି ନିୟମ କୋହଳ କରିଛି । ଘର ଘର ବୁଲି କି ପ୍ରଚାର କରିବା ପାଇଁ ୨୦ ଜଣ ଓ ସଭା କରିବା ପାଇଁ ୩୦୦ ଜଣଙ୍କୁ ନେଇ ସଭା କରିପାରିବେ । ସେଥିପାଇଁ ପ୍ରାର୍ଥୀମାନେ ଏବେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଏବେ ଗାଁରେ ଯୁବ ଭୋଟର ମାନଙ୍କୁ ପ୍ରାର୍ଥୀମାନେ ଭୋଜିଭାତ ଆସରରେ ବାନ୍ଧି କି ରଖିଛନ୍ତି ।