ପରମ୍ପରା ନା ନୃସଂଶତା, ସ୍ବାମୀ ମରିଗଲେ ସ୍ତ୍ରୀର ଆଙ୍ଗୁଳି କଟାଯାଏ

ଦୁନିଆର ଏବେବି ଅନେକ ଲୋକ ମୁଖ୍ୟସ୍ରୋତରୁ ଦୂରରେ ରହି ଜଙ୍ଗଲରେ ବସବାସ କରୁଛନ୍ତି । ଏହାସହ ସେମାନେ ଆଧୁନିକତାକୁ ଗ୍ରହଣ କରିବା ପରିବର୍ତ୍ତେ ବର୍ଷ ବର୍ଷ ଧରି ପ୍ରଚଳିତ ପାରମ୍ପାରିକ ଜୀବନ ବିତାଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଚଳିତ କେତେକ ଅଦ୍ଭୁତ ପରମ୍ପରାର ସାଧାରଣ ଲୋକଙ୍କୁ ଚକିତ କରିଥାଏ। ପରମ୍ପରା ଆଢ଼ୁଆଳରେ ଆଜି ବି ଅନେକ ଜନଜାତି ଅଛନ୍ତି ଯେଉଁମାନେ ବହୁତ ଭୟାନକ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛନ୍ତି ଇଣ୍ଡୋନେସିଆରେ ରହୁଥିବା ଦାନି ଜନଜାତି। ଏହି ଆଦିବାସୀମାନେ ଦୁନିଆରେ ଅଗ୍ରଗତିଠାରୁ ବହୁ ଦୂରରେ ରହିବା ସହ ଶତାବ୍ଦୀ ପୁରୁଣା ନିୟମ ଏବଂ କାନୁନ ଉପରେ ବିଶ୍ୱାସ କରନ୍ତି । ଏହି ଜନଜାତିରେ ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ଅତ୍ୟନ୍ତ ନିର୍ଯାତନା ସହିବାକୁ ପଡ଼ିଥାଏ, ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାମନଙ୍କ ଜୀବନ ନର୍କ ଭଳି ହୋଇଥାଏ।
ଦାନି ଜନଜାତିରେ ଝିଅମାନେ ବହୁତ କମ୍ ବୟସରେ ବିବାହ କରିଥାନ୍ତି।ଆହୁରି ମଧ୍ୟ, ଅତ୍ୟଧିକ ଛୋଟ ବୟସରେ ମା’ ହେବାର ଦିତ୍ଵ ଗ୍ରହଣ କରିଥାନ୍ତି। ତେଣୁ ଅନେକ ମହିଳା ପ୍ରସବ ସମୟରେ ହିଁ ମୃତ୍ୟୁ ମୁଖରେ ପଡିଥାନ୍ତି। ଯଦି ଏଥିରୁ ଖସିଯାନ୍ତି, ତେବେ ସେମାନଙ୍କୁ ଅନେକ ରୋଗ, ଦୁର୍ବଳତା ଜୀବନ ସାରା ଘେରି ରହିଥାଏ। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାମାନେ ଅଧିକ କଷ୍ଟ ପାଆନ୍ତି । ଜଣେ ମହିଳାଙ୍କ ସ୍ୱାମୀ ମରିଯିବା ମାତ୍ରେ ତାଙ୍କ ପାଇଁ ନର୍କ ସମାନ ଜୀବନ ହୋଇଥାଏ। ଏହି ସମ୍ପ୍ରଦାୟର କୌଣସି ମହିଳାଙ୍କ ସ୍ୱାମୀ ମରିଯିବା ମାତ୍ରେ ତାଙ୍କ ଆଙ୍ଗୁଠି କାଟି ଦିଆଯାଏ। ଏଭଳି କରିବା ପଛରେ ଏକ କିମ୍ବଦନ୍ତୀ ରହିଥିବାର କୁହାଯାଏ। ସେହି କିମ୍ବଦନ୍ତୀ ଅନୁଯାୟୀ, ଯଦି ସ୍ୱାମୀ ମରିଯାଏ, ପତ୍ନୀ ତୁରନ୍ତ ଆଙ୍ଗୁଠି କାଟିବା ଉଚିତ୍। ଏହା ପରେ କ୍ଷତ ଉପରେ କପଡା ବାନ୍ଧି, କ୍ଷତକୁ ନିଆଁରେ ପୋଡି ଦିଆଯାଏ। କୁହାଯାଏ ଯେ ଏଭଳି କରିବା ଦ୍ୱାରା ମାରିଥିବା ବ୍ୟକ୍ତି ଭୂତ ହୋଇନଥାଏ ଏବଂ ତାଙ୍କ ଆତ୍ମା ଶାନ୍ତି ପାଇଥାଏ।
ଦାନି ଜନଜାତିର ଅଧିକାଂଶ ବୟସ୍କା ମହିଳାଙ୍କ ଆଙ୍ଗୁଠି କଟା ହୋଇଥିବାର ଦେଖିବାକୁ ମିଳିଥାଏ।ତେବେ ବର୍ତ୍ତମାନ ଇଣ୍ଡୋନେସିଆ ସରକାର ଏହାକୁ ନିଷେଧ କରିଛନ୍ତି। ତଥାପି ଅନେକ ଲୋକ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କ ଆଙ୍ଗୁଠି କାଟୁଛନ୍ତି। ଏହି ଘଟଣା ଏବେ ମଧ୍ୟ ବହୁ ମାତ୍ରାରେ ସେହି ଜନଜାତିରେ ପ୍ରଚଳିତ ଥିବାର ଦେଖିବାକୁ ମିଳିଥାଏ। ଏହାକୁ ବନ୍ଦ କରିବା ପାଇଁ ସରକାରଙ୍କ ସହ ଅନେକ ସାମାଜିକକର୍ମୀ ଚେଷ୍ଟା ଚଳାଉଛନ୍ତି।