ପଂଚାୟତ ଓ ପୈାର ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

0

ପୋରାଧ୍ୟକ୍ଷ ସଂରକ୍ଷଣକୁ ନେଇ ହୋଇଥିବା ଏକ ବଡ ଚଂଚକତା ସାମ୍ନାକୁ ଆସିଛି । ବିରମିତ୍ରପୁର ମ୍ୟୁନିସିପାଲିଟିର ୮୦ ପ୍ରତିଶତ ଆଦିବାସୀ ବହୁଳ ହୋଇଥିବା ବେଳେ ୩ଟି ୱାର୍ଡ ଅଣସଂରକ୍ଷିତ ଏବଂ ଅନ୍ୟ ସମସ୍ତ ୱାର୍ଡ ଏସଟିଙ୍କ ପାଇଁ ସଂରକ୍ଷିତ ରହିଛି । ଗଂଜାମ ଜିଲ୍ଲା ପରିଷଦ ଜୋନ-୫୪ ବିଜେପି ପ୍ରାର୍ଥୀ ଶ୍ରୀ ଶୁବାଷିଶ ସାହୁଙ୍କ ହୋର୍ଡିଂ / ବ୍ୟାନରକୁ ସ୍ଥାନୀୟ ତହସିଲଦାରଙ୍କ ସରକାରୀ ଗାଡି (ଓଡି-୦୭ ଏବି ୫୫୬୬)ରେ କିଛି ବିଜେଡି କର୍ମୀମାନେ ଆସି ଚିରିଫାଡି ଦେବାର ଭିଡିଓ ଭାଇରାଲ ହୋଇଛି
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଜୋନ ନଂ-୨ ରେ ବିଜେଡି କାର୍ଯ୍ୟକର୍ତାମାନେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଖୋଲାଖୋଲି ଭାବେ ଟଙ୍କା ବଂଟନ କରିବାର ଭିଡିଓ ଭାଇରାଲ ହୋଇଛି ।

ସରକାରୀ ଅଫିସର ଏବଂ କର୍ମଚାରୀମାନେ କୈାଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସପକ୍ଷରେ କାର୍ଯ୍ୟ କରିବା ଏବଂ ଭୋଟରମାନଙ୍କୁ ପ୍ରଭାବିତ କରିବା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଏବଂ ଦଣ୍ଡନୀୟ ଅପରାଧ । କିନ୍ତୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି ଏବଂ ଏଭଳି ଘଟଣାର ଭିଡିଓ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ନୀରବଦ୍ରଷ୍ଟା ସାଜିଛନ୍ତି । ତଥ୍ୟ ଓ ପ୍ରମାଣ ସହ ବାରମ୍ବାର ଅଭିଯୋଗ ସତ୍ୱେ ନିର୍ବାଚନ କମିଶନ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହି କାରଣରୁ ଶାସକ ଦଳର ପ୍ରୋତ୍ସାହନରେ କିଛି ସରକାରୀ କର୍ମଚାରୀ ନିଜ କ୍ଷମତାର ଅପବ୍ୟବହାର କରି ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସହିତ ବିରୋଧୀ ବିଜେପି ଦଳ ଏବଂ ବିଜେପି ପ୍ରାର୍ଥୀଙ୍କ ବିରୁଦ୍ଧରେ ଖୋଲାଖୋଲି ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଏହା ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ । ଏଭଳି କିଛି ଅଭିଯୋଗକୁ ନେଇ ଆଜି ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆସନ୍ତା ପୈାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସ୍ଥାନ ଓ ପଦ ସଂରକ୍ଷଣ ଏବଂ ଭୋଟର ତାଲିକା ପ୍ରସଙ୍ଗରେ ବିଜ୍ଞପ୍ତି ଜାରୀ କରିଛନ୍ତି । ପୌରାଧ୍ୟକ୍ଷ ସଂରକ୍ଷଣକୁ ନେଇ ହୋଇଥିବା ଏକ ବଡ ଚଂଚକତା ସାମ୍ନାକୁ ଆସିଛି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ସୁନ୍ଦରଗଡ ସମେତ ରାଜଗାଙ୍ଗପୁର ଏବଂ ବିରମିତ୍ରପୁର ୩ଟି ମ୍ୟୁନିସିପାଲିଟି ରହିଛି । ବିରମିତ୍ରପୁର ମ୍ୟୁନିସିପାଲିଟିର ୮୦ ପ୍ରତିଶତ ଆଦିବାସୀ ବହୁଳ ହୋଇଥିବା ବେଳେ ୩ଟି ୱାର୍ଡ ଅଣସଂରକ୍ଷିତ ହୋଇଥିବା ବେଳେ ଅନ୍ୟ ସମସ୍ତ ଏସଟିଙ୍କ ପାଇଁ ସଂରକ୍ଷିତ ରହିଛି । ଏଭଳି ସ୍ଥିତିରେ ପୌରାଧ୍ୟକ୍ଷ ପଦଟି କେଉଁ ଆଧାରରେ ଅଣସଂରକ୍ଷିତ ଭାବେ ପ୍ରକାଶ ପାଇଛି ? ଏହାକୁ ବିରୋଧ କରି ବିରମତ୍ରପୁର ବିଧାୟକ ଶ୍ରୀ ଶଙ୍କର ଓରାମ ଗତ ଜାନୁଆରୀ ୨୮ ତାରିଖ ଦିନ ଡାଇରେକ୍ଟର ମ୍ୟୁନିସିପାଲ ଆଡମିନଷ୍ଟ୍ରେସନ୍‌, ହାଉସିଂ ଓ ଅର୍ବାନ ଡେଭେଲପମେଂଟ୍‌, ଓଡିଶା ସରକାରଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି ।

ଗତ ୩ ତାରିଖ ସକାଳେ ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ପଦମପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମୁଡୁମି ଛକ ଠାରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଶୁବାଷିଶ ସାହୁଙ୍କ ହୋର୍ଡିଂ / ବ୍ୟାନରକୁ ସ୍ଥାନୀୟ ତହସିଲଦାରଙ୍କ ସରକାରୀ ଗାଡି (ଓଡି-୦୭ ଏବି ୫୫୬୬)ରେ କିଛି ବିଜେଡି କର୍ମୀମାନେ ଆସି ଚିରିଫାଡି ଦେଇଥିଲେ । ଯାହାକି ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ଏହାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି ।
ସେହିଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଜୋନ ନଂ-୨ ଅନ୍ତର୍ଗତ ଗୈାଡଛେଣ୍ଡିଆ ଗ୍ରାମରେ ବିଜେଡି କାର୍ଯ୍ୟକର୍ତାମାନେ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଖୋଲାଖୋଲି ଭାବେ ଟଙ୍କା ବଂଟନ କରିବାର ଭିଡିଓ ଭାଇରାଲ ହୋଇଛି । ଏଭଳି ବେନିୟମ କାର୍ଯ୍ୟ ବିରୋଧରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହି ଘଟଣାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି ।

ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ଏବଂ ପୈାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲସେଲ୍‌ର ରବି ଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ଭୂବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ସୁଶାନ୍ତ କୁମାର ଜେନା ପ୍ରମୁଖ ସାମିଲ ଥିଲେ ।

Leave a comment