ବିଜେଡି ର ନବଗଠିତ ସୋସିଆଲ ମିଡ଼ିଆ ସାମୁଖ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନବୀନ ନିବାସ ଗଠିତ ହୋଇଛି ସୋସିଆଲ ମିଡ଼ିଆ ଟିମ । ଏହି ଟିମର ମୁଖ୍ୟ ଭାବେ ଅଛନ୍ତି ଡ. ଅମର ପଟ୍ଟନାୟକ ଏବଂ ସାମୁଖ୍ୟର ସଭ୍ୟସଭ୍ୟା ଯଥା, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ଶ୍ରମୟୀ ମିଶ୍ର, ଶ୍ରୀ ଅମରେଶ ପତ୍ରୀ, ଶ୍ରୀ ରାଣାପ୍ରତାପ ପାତ୍ର, ଶ୍ରୀ ପ୍ରସେନଜିତ୍ ପତି ଏବଂ ଡ. ସସ୍ମିତ ପାତ୍ର ଆଜି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମବୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଇଟି ସାମୁଖ୍ୟ ଗଠନ କରି ସେମାନଙ୍କୁ ଏହି ଗୁରୁ ଦାୟିତ୍ୱରେ ନିଯୁକ୍ତ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇଟି ସାମୁଖ୍ୟର ସଭ୍ୟମାନଙ୍କୁ ସୋସିଆଲ୍ ମିଡିଆରେ ଦଳର ଆଭିମୁଖ୍ୟକୁ ଯଥାର୍ଥ ଭାବରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଆଇଟି ସେଲ୍ ମାଧ୍ୟମରେ ସାଧାରଣ ଜନତାଙ୍କ କିଭଳି ନିକଟତର ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଥିଲେ ।

Leave a comment