ଓଡିଶା ହୋମସ୍ ପ୍ରୋଜେକ୍ଟ ସମ୍ପତ୍ତି ବ୍ୟାଜାପ୍ତି କଲା EOW
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆନନ୍ଦ ହୋମସ୍ ପ୍ରୋଜେକ୍ଟ ନାଁରେ ଜମାକାରୀଙ୍କୁ ଠକେଇ । ଠକେଇ ଟଙ୍କାରେ ଚାଲୁଥିବା ଓଡିଶା ହୋମସ୍ ପ୍ରୋଜେକ୍ଟର ସମ୍ପତ୍ତି ବ୍ୟାଜାପ୍ତି । ୭ କୋଟି ୫୪ ଲକ୍ଷ ୩୯ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଇଓଡବ୍ଲ୍ୟୁ(EOW) ଟିମ୍ । ଏନେଇ ପୂର୍ବରୁ ଓପିଆଇଡି(OPID) କୋର୍ଟକୁ ଅନୁରୋଧ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା । ବାଜ୍ୟାପ୍ତି ସମ୍ପତ୍ତିକୁ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଓପିଆଇଡି ଆକ୍ଟ ଆଧାରରେ ସମସ୍ତ ସ୍ଥାବର ସମ୍ପତ୍ତି ଓ ଆକାଉଣ୍ଟରେ ଥିବା କ୍ୟାସକୁ ବାଜାପ୍ତି କରିବାକୁ ପ୍ରକ୍ରିଆ ଆରମ୍ଭ ହୋଇଛି । ସେକ୍ସନ ୩ରେ ଓଡିଶା ହୋମସର ମାଲିକ ଜଗତ ଜୀବନ ନାୟକଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି । ସେ ଆନନ୍ଦ ହୋମସ ନାଁରେ ଜଟଣୀରେ ଘର ଓ ଜମି ଦେବା ଆଳରେ ୧୫୧ ଜଣ ଜମାକାରୀଙ୍କ ଠାରୁ ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ । ଏହି ଘଟଣାରେ ଏମଡି ଜଗତ ଜୀବନ ନାୟକ ଓ ଡାଇରେକ୍ଟର ଲୋକନାଥ ପାତ୍ରଙ୍କୁ ଗିରଫ କରିଥିଲା ଇଓଡବ୍ଲୁ ଟିମ୍ । ପରେ ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ସମ୍ପତ୍ତି ଖୋଜା ପଡିଥିଲା । ସମ୍ପତ୍ତି ବାଜ୍ୟାପ୍ତି ପାଇଁ OPID କୋର୍ଟଙ୍କୁ ଅନୁରୋଧ କରିଥିଲା EOW । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସମ୍ପତ୍ତିକୁ ପବ୍ଲିକ ଅକ୍ସନ ଜରିଆରେ ପ୍ରପଟି ସେଲ୍ ପାଇଁ ନିର୍ଦ୍ଦେଶ ମିଳିଥିଲା