ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଫେବ୍ରୁଆରୀ ୭ତାରିଖରେ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଫେବ୍ରୁଆରୀ ୬ତାରିଖରୁ ସମସ୍ତ ହଷ୍ଟେଲ ଖୋଲିବାକୁ ଆଜି ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତା ୭ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ଅଷ୍ଟମ ରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ସେହିପରି ଫେବ୍ରୁଆରୀ ୧୪ତାରିଖରୁ ପ୍ରଥମ ରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ତେବେ ଏହି ପାଠପଢ଼ା ଅନଲାଇନ ଏବଂ ଅଫଲାଇନ୍‌ ମାଧ୍ୟମରେ ହୋଇପାରିବ । ଶିକ୍ଷାନୁଷ୍ଠାନ ଗୁଡିକ ସରକାରଙ୍କ ଦ୍ୱାରା ଜାରି ସମସ୍ତ କୋଭିଡ଼ ଗାଇଡ଼ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a comment