ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ୬ଟି ସ୍ଥାନରେ ରେଡ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ନୂଆପଡା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନୂଆପଡା ସ୍ଥିତ ଅଫିସ, ନୂଆପଡାସ୍ଥିତ ଭଡା ଘର, କଟକ ମଧୁପାଟଣା ସ୍ଥିତ ବାସଭବନ,କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପ, ଚୌଦ୍ବାର ସ୍ଥିତ ୩ ଏକର ଜମି ରହିଛି । ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଇନ୍‌ସୁରାନ୍ସ ପ୍ରିମିୟମ, ବିଭିନ୍ନ ସ୍ଥାନରେ ଘର ଓ ଜମି, ୪୯୮ ଗ୍ରାମ୍ ସୁନା , ୨.୫ କେଜି ରୁପା ଗହଣା ଜବତ ହୋଇଛି । ଏବେବି ଚଢାଉ ଜାରି ରହିଛି ।

Leave a comment