ବୁଧ ଦେବଙ୍କର ଏହି ରାଶି ଉପରେ ରହିଥାଏ ବିଷେଶ କୃପା, ଜାଣନ୍ତୁ ଏହି ରାଶି ବ୍ୟକ୍ତଙ୍କ ସ୍ବଭାବ ବିଷୟରେ…
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନବଗ୍ରହ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ଗ୍ରହ ମାନବ ଜୀବନ ଉପରେ ପ୍ରଭାବ ପଡିଥାଏ । ପ୍ରତ୍ୟେକ ଗ୍ରହର ନିଜସ୍ୱ କ୍ଷେତ୍ର ରହିଛି । ଏହା ସେହି ଦିଗରେ ହିଁ ତାହାର ପ୍ରଭାବ ପକାଇଥାଏ । ଆଜି ଆମେ ସେହି ଗ୍ରହମାନଙ୍କ ମଧ୍ୟରୁ ବୁଧ ଗ୍ରହ ବିଷୟରେ କହୁଛୁ । ବୁଧ ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଜକୁମାର କୁହାଯାଏ । ବୁଧକୁ , ବୁଦ୍ଧି, ବାଣୀ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା କରାଯାଏ । କିନ୍ତୁ ବୁଧ ଗ୍ରହ ମିଥୁନ ଏବଂ କନ୍ୟା ରାଶି ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥାଏ । ଏହି ଦୁଇ ରାଶିର ସ୍ବାମୀ ହେଉଛି ବୁଧ ଗ୍ରହ । ମିଥୁନ ଏବଂ କନ୍ୟା ରାଶିମାନଙ୍କ ଉପରେ ବୁଧ ଗ୍ରହର ବିଶେଷ କୃପା ରହିଥାଏ । ଯାହା ଫଳରେ କୁହାଯାଏ ଯେ ଏହି ରାଶିର ବ୍ୟକ୍ତିମାନେ ବୁଧଙ୍କ କୃପାରୁ ଜୀବନର ସମସ୍ତ ପ୍ରକାର ସୁଖ ସୁବିଧା ପାଇଥାନ୍ତି ।
ମିଥୁନ ରାଶି – ଜ୍ୟୋତିଷ ଅନୁଯାୟୀ ମିଥୁନ ରାଶିର ବ୍ୟକ୍ତିମାନେ ସ୍ବତନ୍ତ୍ର ବିଚାରଧାରା ଏବଂ ବୁଦ୍ଧିଜୀବ ଅଟନ୍ତି। ଏହି ବ୍ୟକ୍ତିମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥିାନ୍ତି । ପ୍ରେମ ଜୀବନରେ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ସେମାନେ ସଦା-ସର୍ବଦା ପ୍ରସ୍ତୁତ ଥାନ୍ତି । ସେମାନେ ଏକ ମୁହୂର୍ତ୍ତରେ ରାଗି ଯାଆନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ଶାନ୍ତ ହୋଇଥାନ୍ତି । ବହୁତ ଜଲଦି ସମସ୍ତଙ୍କ ସହ ମିଶି ଯାଆନ୍ତି । ମିଥୁନ ରାଶିର ଲୋକମାନେ ବହୁତ ଶାନ୍ତ ପ୍ରକୃତି ସହ ମଜାଳିଆ ସ୍ବଭାବର ଅଟନ୍ତି । ଏମାନେ ସବୁବେଳେ ନିଜ ପ୍ରେମ ସାଥୀ ସହ ସାଙ୍ଗମାନକୁ ଖୁସି କରିବା ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି । ଏହା ବ୍ୟତୀତ ଲୋକମାନେ ମହଙ୍ଗା ଜିନିଷକୁ ଭଲ ପାଆନ୍ତି । ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ପ୍ରେମ ଜୀବନରେ ସଫଳତା ପାଆନ୍ତି। ବୁଧ ଗ୍ରହର ପ୍ରଭାବ ହେତୁ, ଏହି ରାଶିର ଲୋକମାନେ କଥାବର୍ତ୍ତା ଏବଂ ସାଙ୍ଗ ସାଥି, ବ୍ୟବସାୟରେ ପାରଙ୍ଗମ ତଥା ଦକ୍ଷ ଅଟନ୍ତି।
କୁନ୍ୟା ରାଶି- କୁହାଯାଏ ଯେ କନ୍ୟା ରାଶିର ଲୋକମାନେ ଛୋଟ ଜିନିଷକୁ ବଡ଼ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏହି ଲୋକମାନେ ଦେଖିବାକୁ ଆକର୍ଷଣୀୟ ହୋଇଥାନ୍ତି । ବୁଦ୍ଧଙ୍କ କୃପାରୁ ଏହି ରାଶିର ଲୋକମାନେ ଜୀବନରେ ସମସ୍ତ ପ୍ରକାରର ସୁଖ ପାଆନ୍ତି । ଏହି ଲୋକମାନେ ଭଲ ଖାଦ୍ୟ ଏବଂ ପାନୀୟକୁ ଓ ପିନ୍ଧିବାକୁ ମଧ୍ୟ ବେଶ୍ ଭଲ ପାଆନ୍ତି। ବୁଧ ଗ୍ରହର କୃପାରୁ କନ୍ୟା ରାଶିର ବ୍ୟକ୍ତିମାନେ ବୁଦ୍ଧିମାନ ଏବଂ ଚତୁର ଅଟନ୍ତି । ଏହି ଲୋକମାନେ ଚତୁରତାର ସହ ଟଙ୍କା ରୋଜଗାର କରିବାରେ ପାରଙ୍ଗମ ହୋଇଥାନ୍ତି । ସେମାନେ ଟଙ୍କା ରୋଜଗାର କରିବାର ପ୍ରବଳ ଇଚ୍ଛା ରହିଥାଏ। ଏହି ଲୋକମାନେ ଯାହା କରିବାକୁ ନିଷ୍ପତ୍ତି ନିଅନ୍ତି ତାହା କରି ଦେଖାନ୍ତି । ସେମାନେ ନିଜ ଜୀବନଶୈଳୀକୁ ନେଇ ଖୋଲି କରି ବଞ୍ଚନ୍ତି ।