ପ୍ରଚାର କରିବାକୁ ଯାଇ ହଟହଟା ହେଲେ ପ୍ରଭାତ ବିଶ୍ୱାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବାବେଳେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହଟହଟା ହୋଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଚୌଦ୍ୱାର ବାଣୀପଦା ପଞ୍ଚାୟତରେ ସେ ଲୋକଙ୍କ ସାମ୍ନାରେ ହୋଇଛନ୍ତି। ସୂଚନାଯୋଗ୍ୟ, କଟକ ନିର୍ବାଚନ ମଣ୍ଡଳୀର ୧୧ ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟଙ୍କ ପାଇଁ
ଭୋଟ ମାଗିବା ପାଇଁ ବାଣୀପଦା ପଞ୍ଚାୟତ ଦଳିତ ସାହିରେ ଏକ ସଭା କରାଯାଇଥିଲା। ଏହି ସଭାରେ ପ୍ରଭାତ ବିଶ୍ୱାଳ ଯୋଗ ଦେଇଥିଲେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ହେଲେ ପଞ୍ଚାୟତରେ କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣି ପ୍ରଭାତଙ୍କୁ ବିରୋଧ କରିଥିଲେ ଲୋକେ। ନାନା ସମସ୍ୟା ଲାଗି ରହିଥିବା ବେଳେ ଲୋକେ ଫନି ବାତ୍ୟା ସହାୟତା ଟଙ୍କା ମଧ୍ୟ ପାଇନଥିବା ଅଭିଯୋଗ କରିଥିଲେ। ସେହିପରି ରାସ୍ତାକାମ ପାଇଁ ଆସିଥିବା ଅର୍ଥ ହରିଲୁଟ୍ କରାଯାଇଛି ବୋଲି କହିଥିଲେ। ସାହି ପୋଖରୀ ଦଳରେ ଭର୍ତ୍ତି ହୋଇ ନଷ୍ଟ ହେବାକୁ ବସିଥିଲେ ମଧ୍ୟ ତା’ର ପୁନଃଉଦ୍ଧାର ହୋଇପାରି ନାହିଁ। ହରିଶ୍ଚନ୍ଦ୍ର ଯୋଜନାରେ ଆସୁଥିବା ଟଙ୍କା ମଧ୍ୟ ଲୋକଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି ଲୋକେ। ପୂର୍ବତନ ବିଧାୟକ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।