ଖୋଲିଲା ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର। ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ ଯାଞ୍ଚ ପରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ପୂର୍ବଭଳି ପୁରୀବାସୀ ପଶ୍ଚିମ ଦ୍ୱାରରେ ପ୍ରବେଶ କରୁଥିବା ବେଳେ ଅନ୍ୟ ଭକ୍ତମାନେ ପୂର୍ବଦ୍ୱାରରେ ପ୍ରବେଶ କରୁଛନ୍ତି । ଜଗା ଦର୍ଶନ ନେଇ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ସପ୍ତାହରେ ୬ ଦିନ ଦିଅଁ ଦର୍ଶନ ପାଇଁ ସୁଯୋଗ ମିଳିବ ।

Leave a comment