ଅଖିଳେଶଙ୍କୁ ଟକ୍କର ଦେବେ ଅପର୍ଣ୍ଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରେ ସାମିଲ ହୋଇଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ । ବିଜେପି ତାଙ୍କୁ କରହଲ ଆସନରୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସୋମବାର ଅଖିଳେଶ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ବିଧାନସଭା କ୍ଷେତ୍ର ସମାଜବାଦୀ ପାର୍ଟିର ଗଡ ବୋଲି କୁହାଯାଏ ।
କଂଗ୍ରେସ ଜ୍ଞାନବତୀ ଯାଦବଙ୍କୁ ଓ ବିଏସପି କୁଲଦୀପ ନାରାୟଣଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରୁ ବିଜେପି ଅପର୍ଣ୍ଣାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଏକ ଟିଭି ଚ୍ୟାନେଲକୁ ମଧ୍ୟ ଅପର୍ଣ୍ଣା ଏନେଇ ସଙ୍କେତ ଦେଇଥିଲେ ।
ଅପର୍ଣ୍ଣା କହିଥିଲେ ଯେ, ସେ କରହଲ ଆସନରୁ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଲକ୍ଷ୍ନୌ କେଣ୍ଟରେ ଲୋକଙ୍କ ସେବା କରୁଛନ୍ତି । ଦଳ କହିଲେ ସେ ଅଖିଲେଶଙ୍କ ବିରୋଧରେ ପ୍ରାର୍ଥୀ ହେବେ । ଦଳ ହିଁ ସବୁ ସ୍ଥିର କରିବ । ଯଦି ଅପର୍ଣ୍ଣା ଓ ଅଖିଲେଶ ମୁହାଁମୁହିଁ ହୁଅନ୍ତି ତେବେ ରାଜନୈତିକ ତାତି ଆହୁରି ସରଗରମ ହୋଇ ଉଠିବ । ଅପର୍ଣ୍ଣା କହିଥିଲେ ଯେ, ସେ ସମାଜବାଦୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏକଥାକୁ ନେଇ ତାଙ୍କ ଶ୍ୱଶୂର ମୁଲାୟମ ସିଂ ଯାଦବ ଅସନ୍ତୁଷ୍ଠ ନାହାଁନ୍ତି । ସେ ଯାଦବ ପରିବାରର ବୋହୂ ଅଟନ୍ତି ବୋଲି କହିଛନ୍ତି ।