ଗଣଦୁଷ୍କର୍ମ ପୀଡିତାଙ୍କୁ ମୁହଁରେ କାଳି ମାରି ରାସ୍ତାରେ ବୁଲାଇଲେ ପଡୋଶୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୁହିଁରେ କାଳି ମାରି ରାସ୍ତାରେ ବୁଲାଇଲେ ପଡୋଶୀ। ଖାଲି ଏତିକି ନୁହଁ,ତାଙ୍କ ଚୁଟି କାଟି ତାଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଯାଇଛି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଶାହଦରାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବତୀଙ୍କ ସହ ଏଭଳି ଦୁର୍ବବ୍ୟହାର କରିଛନ୍ତି ପଡୋଶୀ। ସୂଚନାଯୋଗ୍ୟ, ଯୁବତୀ ଜଣଙ୍କ ଗତ କିଛି ବର୍ଷ ହେବ ଶାହଦରା ଅଞ୍ଚଳରେ ରହୁଥିଲେ। ଯୁବତୀଙ୍କ ଘର ପାଖର ଜଣେ ବ୍ୟକ୍ତି ତାଙ୍କୁ ଏକ ତରଫା ପ୍ରେମ କରୁଥିଲେ। କିଛି ଦିନ ପରେ ସେ ତାଙ୍କୁ ପ୍ରେମ ନିବେଦନ କଲେ। ଯୁବତୀ ଜଣଙ୍କ ତାଙ୍କ ନିବେଦନ ପ୍ରତ୍ୟାକ୍ଷାନ କରିବାରୁ ସେ ଆତ୍ମହତ୍ୟା କରିଥିଲେ। ଯୁବକଙ୍କ ପରିବାର ଲୋକେ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଯୁବତୀଙ୍କୁ ଦୋଷ ଦେଉଥିଲେ।
ଅପହରଣ କରି ଗଣଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ପରିବାର ଲୋକେ ଏବଂ ଆଉ କିଛି ପଡୋଶୀ ମିଶି ଯୁବତୀଙ୍କ ମୁହଁରେ କାଳି ମାରି ତାଙ୍କୁ ସେହି ଅଞ୍ଚଳରେ ବୁଲାଇଛନ୍ତି। ଏହି ଭିଡିଓଟି ଏବେ ଟ୍ବିଟରରେ ଭାଇରାଲ୍‌ ହେବାରେ ଲାଗିଛି।

ଏନେଇ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲିୱାଲ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦିଲ୍ଲୀ ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିସାରିଛି। ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ସହ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ସମ୍ପର୍କ ଥିବା ପୋଲିସ ପକ୍ଷରୁ କୁହାଯାଇଛି।

Leave a comment